fbpx
BSKY
BJD SHG SKY
BJD YOUTH SKY

ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଆବେଦନର ମଞ୍ଜୁରୀ କ୍ଷେତ୍ରରେ ଭିଜିଲାନ୍ସ ମାମଲା ବାଧକ ନୁହେଁ: ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟକ୍ତି ସରକାରୀ ଚାକିରିରୁ ଅବସର ନେବା ପାଇଁ କରିଥିବା ଆବେଦନର ମଞ୍ଜୁରୀ ପ୍ରଦାନ କରିବା କ୍ଷେତ୍ରରେ ତାଙ୍କ ନାମରେ ରହିଥିବା ଭିଜିଲାନ୍ସ ମାମଲା ବାଧକ ହେବ ନାହିଁ । ବରଗଡ଼ର ଜଣେ ବ୍ୟକ୍ତିଙ୍କ ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆବେଦନକାରୀଙ୍କ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ଆବେଦନକୁ ହାଇକୋର୍ଟ ମଞ୍ଜୁରୀ ଦେବା ସହ ଦୁଇମାସ ମଧ୍ୟରେ ପେନସନ ଓ ଅନ୍ୟାନ୍ୟ ବକେୟା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ଶୁଣାଣିରେ କହିଛନ୍ତି, ଆବେଦନକାରୀଙ୍କ ନାମରେ ମାମଲା ରହିଥିଲେ ବି ଭିଜିଲାନ୍ସ କୌଣସି ଚାର୍ଜଶିଟ ଦାଖଲ କରିନଥିବା କାରଣରୁ ଓ ଅଦାଲତ କଗ୍ନିଜାନ୍ସ ଗ୍ରହଣ କରିନଥିବା କାରଣରୁ ତାଙ୍କ ନାମରେ କୌଣସି ପ୍ରୋସିଡିଂ ବିଚାରାଧୀନ ରହିଛି ବୋଲି କୁହାଯାଇ ପାରିବ ନାହିଁ । ଓଡ଼ିଶା ପେନସନ ନିୟମାବଳୀର ଧାରା ୪୨(୨) ଅନୁସାରେ ଜଣେ ସରକାରୀ କର୍ମଚାରୀ ଭିଆରସ ନେବା ପାଇଁ ୩ ମାସ ପୂର୍ବରୁ ଆବେଦନ କରିପାରିବେ । ଏହି ସମୟ ମଧ୍ୟରେ ଉକ୍ତ ଆବେଦନକୁ ମଞ୍ଜୁର ପ୍ରଦାନ କରାଯିବ ବା ଖାରଜ କରାଯିବ । ଯଦି ସେପରି କିଛି କରାନଯାଏ, ତେବେ ତାହାକୁ ମଞ୍ଜୁରୀ ଦିଆଗଲା ବୋଲି ଧରିନିଆଯିବ ବୋଲି ନିୟମ ରହିଥିବା ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.