fbpx
BSKY
BJD SHG SKY
BJD YOUTH SKY

(Video) ଲିଫ୍ଟରେ କୁକୁରର ଭୟଙ୍କର ଆକ୍ରମଣ, ଦେଖନ୍ତୁ କିପରି ଛୋଟ ପିଲାଟିକୁ କମୁଡିଦେଲା

ନୋଏଡା: ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ହାଉସିଙ୍ଗ ସୋସାଇଟିରେ କୁକୁର କାମୁଡିବା ଘଟଣା ଥମିବାର ନାମ ନେଉନି । ଏହାରି ମଧ୍ୟରେ ନୋଏଡାର ଏକ ହାଉସିଙ୍ଗ ସୋସାଇଟିରେ କୁକୁର ଏକ ଝିଅ ଉପରେ ଆକ୍ରମଣ କରିଛି । ଏହି ଭୟାଭବ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାର ସିସିଟିଭିରେ କଏଦ ହୋଇଛି ଏବଂ ଏହା ନୋଏଡାର ସେକ୍ଟର ୧୦୭ ରେ ଲୋଟସ ୩୦୦ ସୋସାଇଟିରେ ହୋଇଛି ।

ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଯେତେବେଳେ ଲିଫ୍ଟଟି କିଛି ସେକେଣ୍ଡ ପାଇଁ ଖୋଲୁଛି ଏକ ଗୃହପାଳିତ କୁକୁର ସେଠାରେ ଥିବା ଏକ ଛୋଟ ଶିଶୁକୁ କାମୁଡି ଦେଉଛି । କୁକୁର ଯେପରି ଝିଅ ଉପରକୁ ଡେଇଁ ପଡିଲା, ଝିଅଟି ନିଜ ହାତକୁ ଧରି କଷ୍ଟ ପାଉଥିବାର ଦେଖାଯାଉଛି । ଏହି ସମୟରେ ଜଣେ ବ୍ୟକ୍ତି ଆସି ସେହି କୁକୁରକୁ ନେଇଯାଉଛନ୍ତି । ବ୍ୟକ୍ତିଙ୍କୁ ଦେଖି ଲାଗୁଛି ଯେ, ସେ କୁକୁରର ମାଲିକ ଅଟନ୍ତି । ସେ କୁକୁରଟି ପୁଣି ସେହି ଲିଫ୍ଟରେ ପଶିବାକୁ ଚେଷ୍ଟା କରୁଛି । ହେଲେ ଲିଫ୍ଟ ବନ୍ଦ ହୋଇଯାଉଛି ।

ସିସିଟିଭି ଫୁଟେଜରେ ପିଲାଟି ଡରରେ କମ୍ପୁଥିବା ଏବଂ ନିଜ କ୍ଷତସ୍ଥାନକୁ ଦେଖୁଥିବାର ନଜର ଆସୁଛି । ଏଥିରେ ସେ କାନ୍ଦୁଛନ୍ତି ଏବଂ ଲୁହ ପୋଛୁଛନ୍ତି । ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋରରେ ପହଁଚିବା ପରେ ସେ ବାହାରିକି ଯାଉଛନ୍ତି । ଏହି ସିସିଟିଭି ଫୁଟେଜକୁ ନେଇ ସୋସାଇଟି ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

Get real time updates directly on you device, subscribe now.