ସରକାର ଦ୍ୱାରା ୧୮ OTT ବ୍ୟାନ, ସମାଜରେ ଅଶ୍ଳୀଳତାକୁ ବଢାଇବା ଅଭିଯୋଗ

ନୂଆଦିଲ୍ଲୀ- ଅଶ୍ଲୀଳତା ଉପରେ କେନ୍ଦ୍ରର ବଡ ପଦକ୍ଷେପ । ଅଶ୍ଲୀଳ ଲେଖା ଓ ବିଡିଓ ପ୍ରସାରଣ କରୁଥିବା ୧୮ ଓଟିଟି ଉପରେ ୨୦୨୪ରେ ସରକାର ନେଇଛନ୍ତି ବଡ ଆକ୍ସନ । ଡିଜିଟାଲ ମିଡିଆକୁ ରେଗୁଲେଟ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ନୂଆ ଆଇଟି ନିୟମ ୨୦୨୧ ଅନ୍ତର୍ଗତ ସରକାର ହିଂସ୍ର ତଥା ଅଶ୍ଳୀଳତାକୁ ପ୍ରୋତ୍ସାହନା ଦେଉଥିବା ଆପ ଉପରେ ନେଇଛି କାର୍ଯ୍ୟାନୁଷ୍ଠାନ ।

ନୂଆ ଆଇଟି ନିୟମ ୨୦୨୧ ଅନ୍ତର୍ଗତ ସରକାର ଏହି ପଦକ୍ଷେପ ନେଇଛନ୍ତି । ଏଥିସହ ଭାରତୀୟ ୟୁଜର୍ସଙ୍କ ଡାଟାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ବହୁ ଆପକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସୂଚନା ପ୍ରସାରଣ ରାଜ୍ୟ ମନ୍ତ୍ରୀ ଏଲ ମୁରଗନ ନିକଟରେ ସଂସଦରେ କହିଛନ୍ତି କି, ସରକାରଙ୍କ ତରଫରୁ ୨୦୨୧ ନିୟମ ଅନ୍ତର୍ଗତ ୧୮ ଓଟିଟି ଆପକୁ ବ୍ଲକ କରିବାର ନିଷ୍ପତ୍ତି ହୋଇଛି । ଏହି ସବୁ ଆପ ମାଧ୍ୟମରେ ଅଶ୍ଳୀଳ ଓ ପୋନୋଗ୍ରାଫି ପ୍ରଦର୍ଶନ ହେଉଥିଲା । ଆଇଟି ଆକ୍ଟ ୬୯-ଏ ଅଧୀନରେ ଏହି ସବୁ ଆପକୁ ହଟାଇ ଦିଆଯାଇଛି ।

ସରକାର ହଟାଇଥିବା ଆପ ଭିତରେ ଡ୍ରିମ୍ସ ଫିଲ୍ମ, ଭୁଭି, ୟେସ୍ସମା, ଅନକଟ ଆଡ୍ଡା, ଟ୍ରି ଫ୍ଲିକ୍ସ, ଏକ୍ସ ପ୍ରାଇମ, ନିୟନ ଏକ୍ସ ଭିଆଇପି, ବେସାରାମ୍ସ, ହଣ୍ଟର୍ସ, ରାବିଟ, ଏକ୍ସଟ୍ରାମୁଡ, ନ୍ୟୁଫ୍ଲିକ୍ସ, ମୁଡଏକ୍ସ, ମୋଜଫ୍ଲିକ୍ସ, ହଟସଟ ଭିଆଇପି, ଫୁଜି, ଚିକୁଫ୍ଲିକ୍ସ, ପ୍ରାଇମ ପ୍ଲେ ଆଦି ରହିଛି ।

ଅଶ୍ଳୀଳତାକୁ ପ୍ରୋତ୍ସାହନା ଦେଉଥିବା କାରଣରୁ ଏହି ସବୁ ଆପର ମାଲିକଙ୍କ ଉପରେ ଆଇପିସିର ସେକ୍ସନ ୨୯୨ ଅନ୍ତର୍ଗତ ମାମଲା ଦାୟର ହୋଇଛି । ଏଥିସହ ଇଣ୍ଡିସେଣ୍ଟ ରିପ୍ରେଜେଣ୍ଟେସନ ଅଫ ୱିମେନ ପ୍ରୋହିବିସନ ଆକ୍ଟ ୧୯୮୬ର ସେକ୍ସନ୪ରେ ଆପଗୁଡିକୁ ବ୍ଲକ କରିଛି କେନ୍ଦ୍ର ସରକାର । ବ୍ଲକ ହୋଇଥିବା ଆପ ଭିତରେ ଅନେକରେ ୧ କୋଟିରୁ ଅଧିକ ଡାଉନଲୋଡ ଥିଲା । ଏହି ଆପ ସବୁ ସୋସିଆଲ ମିଡିଆ ଜରିଆରେ ନିଜ ଅଶ୍ଳୀଳ କଣ୍ଟେଣ୍ଟର ଟ୍ରେଲର ଓ କ୍ଲିପ ପ୍ରମୋଟ କରୁଥିଲେ ।