fbpx
BJD SKY
BJD SKY

ୟୁଏଇର ଗୋଲ୍ଡେନ୍ ଭିସା ପାଇଲେ ଉର୍ବଶୀ, ପ୍ରଥମ ଭାରତୀୟ ମହିଳା ଭାବେ ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ ପାଇଁ ହାସଲ କଲେ ଭିସା

BJD

ମୁମ୍ବାଇ (ଭାସ୍କର ନ୍ୟୁଜ୍): ବଲିଉଡରେ ଉର୍ବଶୀ ରୌତେଲା ନିଜର ବୋଲ୍ଡନେସ୍‌ ସହିତ ଆକ୍ସନ୍‌ ଏବଂ ଫିଟନେସ୍‌ ପାଇଁ ଜଣାଶୁଣା । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ନିକଟରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଖୁସି ଖବର ସେୟାର କରିଛନ୍ତି । ଉର୍ବଶୀଙ୍କୁ ୟୁଏଇ ଦ୍ୱାରା  ଗୋଲ୍ଡେନ୍ ଭିସା ଦିଆଯାଇଛି । ଉର୍ବଶୀ ବର୍ତ୍ତମାନ ଗୋଲ୍ଡେନ୍  ଭିସା ପାଇ ଆଗାମୀ ୧୦ ବର୍ଷ ପାଇଁ ୟୁଏଇରେ ରହିପାରିବେ । ପୂର୍ବରୁ ବ୍ୟବସାୟୀ, ନିବେଶକ ଏବଂ ଡାକ୍ତରମାନଙ୍କୁ ଗୋଲ୍ଡେନ୍ ଭିସା ଦିଆଯାଉଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ ବଲିଉଡ କଳାକାରଙ୍କୁ ମଧ୍ୟ ଏହି ଭିସା ଦିଆଯାଉଛି ।

 

ଗୋଲଡେନ୍‌ ଭିସା ସହିତ ତାଙ୍କ ଫଟୋ ସେୟାର କରି ଉର୍ବଶୀ ରୌତେଲା ଲେଖିଛନ୍ତି ‘ମୁଁ ହେଉଛିପ୍ରଥମ ଭାରତୀୟ ମହିଳା ଯିଏକି ମାତ୍ର ୧୨ ଘଣ୍ଟା ମଧ୍ୟରେ ୧୦ ବର୍ଷ  ପାଇଁ ଏହି ଗୋଲ୍ଡେନ୍ ଭିସା ପାଇଛି । ମୁଁ ଅତ୍ୟନ୍ତ ଗର୍ବିତ ଏବଂ କୃତଜ୍ଞ ଅନୁଭବ କରୁଛି ଯେ ମୋତେ ଏବଂ ମୋ ପରିବାରକୁ ଏହି ଗୋଲ୍ଡେନ୍ ଭିସାର ଏକ ଅଂଶ କରାଯାଇଛି । ୟୁଏଇ ସରକାର, ଏହାର ଶାସକ ଏବଂ ଲୋକମାନଙ୍କୁ ମୋର ଶୁଭକାମନା । ଉର୍ବଶୀଙ୍କ ପୂର୍ବରୁ ଏହି ଭିସା ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଦିଆଯାଇଛି । ଗୋଲ୍ଡେନ୍ ଭିସା ପାଇବା ପରେ ୟୁଏଇରେ ଦୀର୍ଘ ସମୟ ରହିବାକୁ ଅନୁମତି ଦିଆଯାଏ । ଏହି ଭିସା ପାଇବା ପରେ ଜଣେ ବ୍ୟକ୍ତି ୟୁଏଇରେ ୧୦ ବର୍ଷ ରହିପାରିବେ । ଏହି ଭିସା ନିବେଶକ, ଉଦ୍ୟୋଗୀ, ଅନୁସନ୍ଧାନକାରୀ, ଡାକ୍ତରୀ ବୃତ୍ତିଗତ, ବୈଜ୍ଞାନିକ ଏବଂ ଛାତ୍ରମାନଙ୍କ ପାଇଁ ଉପଲବ୍ଧ ଥିଲା । କିନ୍ତୁ ସାମ୍ପ୍ରତିକ ସମୟରେ ବଲିଉଡ କଳାକାରଙ୍କୁ ମଧ୍ୟ ଏହି ଭିସା ଦିଆଯାଉଛି ।

Get real time updates directly on you device, subscribe now.