fbpx

ଦିଲ୍ଲୀ କ୍ୟାପିଟାଲ୍ସ ଶିବିରରେ ଅଧିନାୟକ ଋଷଭ! ଦେଖନ୍ତୁ ଟିମ DCର ନିଷ୍ପତ୍ତି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ର ତୃତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି । ତେବେ ଏହି ମ୍ୟାଚ ପୂର୍ବରୁ ଦିଲ୍ଲୀ ଶିବିରରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ଆହତ ଯୋଗୁଁ ଆଇପିଏଲ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ । କିନ୍ତୁ ମ୍ୟାଚ ପୂର୍ବରୁ ତାଙ୍କୁ ଦିଲ୍ଲୀର ଡଗ୍ ଆଉଟରେ ସ୍ଥାନ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର କୋଚ ରିକି ପଣ୍ଟିଂ ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ ।

He's a winner: Ponting's praise for superstar Pant

ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ ଋଷଭ ପନ୍ତଙ୍କୁ ଦିଲ୍ଲୀ ଡଗ୍ ଆଉଟରେ ସ୍ଥାନ ମିଳିଛି । ତେବେ ନିୟମିତ ଅଧିନାୟକ ଋଷଭ ପନ୍ତଙ୍କୁ ମନେ ପକାଇ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଏକ ସୁନ୍ଦର ଉପହାର ଦେଇଛି । ଋଷଭଙ୍କ ୧୭ ନମ୍ବର ଜର୍ସିକୁ ଡଗ୍ ଆଉଟର ଛାତ ଉପରେ ଝୁଲୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀ କ୍ୟାପିଟାଲ୍ସର କୋଚ ରିକି ପଣ୍ଟିଂ ଏହା ପୂର୍ବରୁ ପନ୍ତଙ୍କ ଉପସ୍ଥିତିକୁ ନେଇ ସୂଚନା ଦେଇଥିଲେ । ତେବେ ଆଜି ଦିଲ୍ଲୀ ନିଜର ପ୍ରଥମ ମ୍ୟାଚ ଖେଳୁଥିବା ବେଳେ ଡଗ୍ ଆଉଟରେ ପନ୍ତଙ୍କ ଜର୍ସିକୁ ସ୍ଥାନ ଦେଇଛନ୍ତି ଟିମ ମ୍ୟାନେଜେମେଣ୍ଟ ।

ପନ୍ତଙ୍କୁ ଦଳର ଜର୍ସି କିମ୍ବା କ୍ୟାପରେ ସ୍ଥାନ ଦିଆଯିବ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଦଳର ମୁଖ୍ୟ କୋଚ ରିକି ପଣ୍ଟିଂ । ତେଣୁ ଆଜିର ମ୍ୟାଚରେ ଋଷଭଙ୍କ ଜର୍ସିକୁ ଡଗ୍ ଆଉଟରେ ରଖିବା ଦ୍ୱାରା ଅଧିନାୟକଙ୍କ ଉପସ୍ଥିତି ଅନୁଭବ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ । ସୂଚନା ଅନୁସାରେ, ଦିଲ୍ଲୀ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି । ତେବେ ତାଙ୍କ ଉପସ୍ଥିତିକୁ ମନେ ରଖିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଏଭଳି ଏକ ମହାନ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.