fbpx

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ବଦଳିଲା ସ୍କୁଲ ସମୟ,ଏପ୍ରିଲରୁ ସମସ୍ତ ସ୍କୁଲ ସକାଳୁଆ ହେବ

ଭୁବନେଶ୍ୱର: ଏପ୍ରିଲ ୧୧ ରୁ ସକାଳୁଆ ସ୍କୁଲ । ଉଭୟ ସରକାରୀ ଏବଂ ବେସକାରୀ ସ୍କୁଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସକାଳ ୭ ଟାରୁ ୧୧.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ । ଏନେଇ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏହି ନିୟମ ଲାଗୁ ହେବ ।

ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସ୍କୁଲରେ ସ୍ୱଚ୍ଛ ପାନୀୟ ଜଳ ମହଜୁଦ ରଖିବା ପାଇଁ ମଧ୍ୟ ସୂଚନା ଦିଆଯାଇଛି ।

ସୁୂଚନାମୁତାବକ ଆସନ୍ତା ଏପ୍ରିଲରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଛି । ଏପ୍ରିଲ୩ ତାରିଖରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠ ପଢ଼ା ଆରମ୍ଭ ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଏପ୍ରିଲ ୩ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲରେ ଆଡମିଶନ ପ୍ରକ୍ରିୟା ଚାଲିବ ।

ତେବେ ଏପ୍ରିଲ ଆରମ୍ଭ ରୁ ହିଁ ଅନେକ କିଛିରେ ନୂତନ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହା ଭିତରେ ନୁତନ ଶିକ୍ଷା ବର୍ଷ ଆରମ୍ଭ ନେଇ ମଧ୍ୟ ସୂଚନା ମିଳିଛି । ଯେତେ ଶ୍ରୀଘ୍ର ଆଡମିଶନ ହେବ ସେତେ ଶୀଘ୍ର ପାଠ ପଢ଼ା ମଧ୍ୟ ଆରମ୍ଭ ହୋଇ ଯିବ ।

Get real time updates directly on you device, subscribe now.