fbpx
BJD
BJD SKY
BJD SKY

ବଡ଼ କମ୍ପାନୀର ବଡ଼ ଯୋଜନା: ଭାରତରେ ୧.୫ ଲକ୍ଷ ଲୋକଙ୍କୁ ଦିଆଯିବ ଚାକିରି

BJD

ନୂଆଦିଲ୍ଲୀ: ଆପଣମାନେ ଯଦି ଚାକିରି ଖୋଜୁଛନ୍ତି ତେବେ ଏଥିପାଇଁ ଆସିଛି ଏକ ବଡ଼ ଖବର । ଇନସ୍ୟୁରାନ୍ସ ସେକ୍ଟରରେ ୧.୫ ଲକ୍ଷ ଲୋକଙ୍କୁ ଚାକିରି ଦିଆଯିବ । ଏକ ବୀମା କମ୍ପାନୀ ଆଗାମୀ ଦିନରେ ନିଜର କ୍ଷେତ୍ରକୁ ବିସ୍ତାର କରିବାକୁ ଯୋଜନା କରୁଛି । ଶ୍ରୀରାମ ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀ ଆସନ୍ତା କିଛି ବର୍ଷ ମଧ୍ୟରେ ନିଜର କାରବାର ବଢ଼ାଇବା ସହିତ ଅଧିକ କ୍ଷେତ୍ରରେ ନିଜର ସେବାକୁ ପହଞ୍ଚାଇବାକୁ ଯୋଜନା ପ୍ରସ୍ତୁତ କରୁଛି ।

ତେବେ କମ୍ପାନୀର ଏହି ଯୋଜନାକୁ ସଫଳ କରିବା ପାଇଁ ଦେଢ଼ ଲକ୍ଷ ଏଜେଣ୍ଟଙ୍କର ଆବଶ୍ୟକତା ପଡ଼ିବ । ଦକ୍ଷିଣ ଆଫ୍ରିକାର ସନଲାମ ଗ୍ରୁପର କମ୍ପାନୀ ଶ୍ରୀରାମ ଜେନେରାଲ ଇନସ୍ୟୁରାନ୍ସ (ଏସଜିଆଇ) ୧.୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । କାରଣ କମ୍ପାନୀ ଆସନ୍ତା କିଛି ବର୍ଷ ମଧ୍ୟରେ ନିଜର ଏଜେଣ୍ଟଙ୍କ ମାଧ୍ୟମରେ କମ୍ପାନୀକୁ ଅଧିକ କ୍ଷେତ୍ରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ଏଥିସହିତ କମ୍ପାନୀ ନିଜର କାରବାରକୁ ବଢ଼ାଇବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି ।

ବର୍ତ୍ତମାନର କମ୍ପାନୀରେ ପଏଣ୍ଟ ଅଫ୍ ସେଲସ ପର୍ସନଙ୍କ ସହିତ ୫୭ ହଜାର ଏଜେଣ୍ଟ ରହିଛନ୍ତି । ଏବେ କମ୍ପାନୀର ବିଭିନ୍ନ ସ୍ଥାନରେ ୨୩୫ଟି ଶାଖା ରହିଥିବା ବେଳେ କମ୍ପାନୀ ପ୍ରତିବର୍ଷ ନିଜର ବ୍ରାଞ୍ଚ ନେଟୱାର୍କକୁ ୨୦ ପ୍ରତିଶତ ବଢ଼ାଇବାକୁ ଯୋଜନା କରୁଛି । ଜୟପୁରର ଏହି କମ୍ପାନୀର ଗ୍ରସ ରିଟେନ ପ୍ରିମିୟମ (ଜିଡବ୍ଲ୍ୟୁପି) ଗତ ଆର୍ଥିକ ବର୍ଷରେ ୨୯ ପ୍ରତିଶତ ବୃଦ୍ଧି ପାଇ ୨,୨୬୬ କୋଟି ପାର ହେବା ସହ ଇଣ୍ଡଷ୍ଟ୍ରିର ବୃଦ୍ଧି ୧୬ ପ୍ରତିଶତ ରହିଥିଲା । ବିଜିନେସ ପ୍ଲାନକୁ ନେଇ ସେ ବେଶ ଉତସାହିତ ରିହଥିବା କମ୍ପାନୀର ଏମଡି ଓ ସିଇଡ କହିଛନ୍ତି । କମ୍ପାନୀର ଅଭିବୃଦ୍ଧି ବେଶ ମଜବୁତ ରହିଥିବାରୁ ପଏଣ୍ଟ ଅଫ୍ ସେଲସ ପର୍ସନ ସହିତ ୧.୫ ଲକ୍ଷରୁ ଅଧିକ ଏଜେଣ୍ଟକୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.