fbpx

ଚାଲାଣ ସମୟରେ ୩୨ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ ଟିମ୍, ୩ ଅଟକ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଠାରେ ୩୨ଟି ଗୋରୁଙ୍କୁ ଉଦ୍ଧାର କରାଯ।।ଇଛି । ଏହି ମାମଲାରେ ୩ଜଣଙ୍କୁ ଅଟକ ରଖାଯାଇଛି । ଗୋରୁ ଚାଲାଣ ସମୟରେ କରଞ୍ଜିଆ ଏବଂ ତୁରୁମୁଙ୍ଗା ପୋଲିସ ଦୁଇଟି ପୃଥକ ଘଟଣାରେ ଧରିଛନ୍ତି ।

ସୂଚନା ଅନୁଯାୟୀ, ପୋଲିସ ଗୁପ୍ତ ସୂଚନା ପାଇଥିଲା ଯେ, ଗୋରୁ ଚାଲାଣ ହେଉଛି । ସେହି ହିସାବରେ ଉକ୍ତ ସ୍ଥାନରେ ପୋଲିସ ଟିମ ଲୁଚି ରହିଥିଲା । ଚଢେଇଭୋଳ ନିକଟରୁ କରଞ୍ଜିଆ ପୋଲିସ ୧୦ଟି ଗୋରୁଙ୍କୁ ଉଦ୍ଧାର କରିଛି । ସେହିପରି ବୈତରଣୀ ପୋଲ ଉପରୁ ୨୨ଟି ଗୋରୁଙ୍କୁ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରିଛି ।

ଘଟଣାସ୍ଥଳରେ ୨୨ଟି ଗୋରୁ ଉଦ୍ଧାର ସହ ୩ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଏହାସହ ସେଠାରେ ଥିବା ଏକ କଣ୍ଟେନରକୁ ମଧ୍ୟ ଜବତ କରାଯାଇଛି । ଗାଈ ମାନଙ୍କୁ ଗୋଶାଳା ପଠାଇବାକୁ ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.