fbpx
BSKY SKY
BSKY SKY

T-20 ବିଶ୍ୱକପରେ ଖେଳିବେନି ଏହି ଷ୍ଟାର ଅଲରାଉଣ୍ଡର: ବୁଝାଇବା ପରେ ବି ଜିଦିରୁ ଓହରିଲେନି

BSKY

ନୂଆଦିଲ୍ଲୀ: ଅନେକ ଖେଳାଳିଙ୍କ ପାଇଁ ଟି-୨୦ ବିଶ୍ୱକପକୁ ରାସ୍ତା ଦେଖାଇଛି ଆଇପିଏଲ-୨୦୨୪ । ଆଇପିଏଲରେ ଦମଦାର ପ୍ରଦର୍ଶନ କରି ବିଶ୍ୱକପ ଦଳରେ ଏଣ୍ଟ୍ରି କରିଛନ୍ତି ଅନେକ କ୍ରିକେଟର । କିନ୍ତୁ ଆଇପିଏଲ-୨୦୨୪ର ଜଣେ ସର୍ବଶ୍ରେଷ୍ଠ ଖେଳାଳି ବିଶ୍ୱକପରୁ ନିଜକୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ କରୁଥିବା ଏହି ଷ୍ଟାର ଅଲରାଉଣ୍ଡର ବିଶ୍ୱକପରେ ଖେଳିବା ପାଇଁ ମନା କରି ଦେଇଛନ୍ତି । ଦଳର ଅଧିନାୟକ ଏବଂ ନେସନାଲ କ୍ରିକେଟ ବୋର୍ଡ ବାରମ୍ବାର ବୁଝାଇବା ପରେ ମଧ୍ୟ ଦଳରେ ସାମିଲ ହେବାକୁ ମନା କରିଛନ୍ତି ୱେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣ ।

ୱେଷ୍ଟଇଣ୍ଡିଜର ପୂର୍ବତନ ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣ ବର୍ତ୍ତମାନ ଆଇପିଏଲରେ ନିଜ ଅଲରାଉଣ୍ଡ ଜଲୱା ଦେଖାଇଛନ୍ତି । ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦୦ରୁ ଅଧିକ ରନ୍ ଏବଂ ୧୪ଟି ୱିକେଟ ହାସଲ କରିଥିବା ସୁନୀଲ ଅରେଞ୍ଜ କ୍ୟାପ୍ ଏବଂ ପର୍ପଲ କ୍ୟାପ୍ ଦୌଡ଼ରେ ସାମିଲ ରହିଛନ୍ତି । କିନ୍ତୁ ଏଭଳି ଦମଦାର ପ୍ରଦର୍ଶନ ପରେ ମଧ୍ୟ ସୁନୀଲ ବିଶ୍ୱକପ ଖେଳିବା ପାଇଁ ମନା କରି ଦେଇଛନ୍ତି । ୱେଷ୍ଟଇଣ୍ଡିଜ ଦଳର ଅଧିନାୟକ ରୋଭମନ ପାୱେଲ ବାରମ୍ବାର ସୁନୀଲଙ୍କୁ ଅବସର ଭାଙ୍ଗି ଦଳକୁ ପେରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଷ୍ଟାର ଅଲରାଉଣ୍ଡର ନିଜ ଜିଦରେ ଅଟଳ ରହିଛନ୍ତି ଏବଂ ଟି-୨୦ ବିଶ୍ୱକପରୁ ନିଜକୁ ଦୂରେଇ ରକିବା ନେଇ ନିଷ୍ପତ୍ତି ନେଇଛନ୍ତି । ସେ ଖୁବ ଚିନ୍ତା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ।

 

View this post on Instagram

 

A post shared by Sunil Narine (@sunilnarine24)

ନିକଟରେ କିଛି ଦିନ ତଳେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ମଧ୍ୟ ଦେଇ ସାରିଛନ୍ତି । ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ ପରେ ସେ ପୁଣିଥରେ ବିଶ୍ୱକପ ଦଳରେ ସାମିଲ ହେବା ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସେ ନିଜ ନିଷ୍ପତ୍ତି ଶୁଣାଇଛନ୍ତି । କ୍ରିକେଟରୁ ଅବସର ପରେ ପୁଣିଥରେ ଫେରିବା ପାଇଁ କମ୍ବା ବିଶ୍ୱକପ ଖେଳିବା ପାଇଁ ସ୍ପଷ୍ଟ ଭାବରେ ମନା କରିଛନ୍ତି ସୁନୀଲ । ସେ କହିଛନ୍ତି ଯେ, ମୁଁ ମୋ ନିଷ୍ପତ୍ତି ନେଇ ସାରିଛିଟ୍ଟ ସେ ରାସ୍ତା ମଧ୍ୟ ଏବେ ବନ୍ଦ ହୋଇଯାଇଛି । ତେଣୁ ଆଗାମୀ ବିଶ୍ୱକପ ପାଇଁ ଦଳରେ ଥିବା ସଦସ୍ୟମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ନିଜ ଇନଷ୍ଟାଗ୍ରାମ ପେଜରେ ଏଭଳି ଏକ ପୋଷ୍ଟ କରି ବିଶ୍ୱକପ ଖେଳିବା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ୱେଷ୍ଟ ଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ସୁନୀଲ ନାରାୟଣ ।

Get real time updates directly on you device, subscribe now.