fbpx

CTSRE-2023: JE (ସିଭିଲ) ଓ JE (ମେକାନିକାଲ) ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଅପଡେଟ୍ ଆସିଛି । ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ) -୨୦୨୩ର ଜେଇ (ସିଭିଲ) ଓ ଜେଇ (ମେକାନିକାଲ) ପଦର ପ୍ରିମିଲିନାରୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ବାବଦରେ ପରବର୍ତ୍ତୀ ସମୟରେ ସୂଚନା ଜାରି କରାଯିବ । ଜୁନ ମାସ ୯ ତାରିଖରେ ସିଟିଏସଆରଇ-୨୦୨୩ ଅଧିନରେ ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର, ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । ଯେଉଁ ପ୍ରାର୍ଥୀମାନେ ସିଟିଏସଆରଇ-୨୦୨୩ ଅଧିନରେ ଆବେଦନ କରିଥିଲେ, ସେଥିମଧ୍ୟରୁ କିଛି ପଦର ପ୍ରିଲିମିନାରୀ ପରୀକ୍ଷା ଜୁନ ୯ରେ ହେବ ଓ ଆଉ କିଛି ପଦର ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ ହୋଇଛି ।

Get real time updates directly on you device, subscribe now.