fbpx

ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଭୁବନେଶ୍ୱର ESI ହସ୍ପିଟାଲରେ ସ୍ଥାପନ ହେବ ‘କ୍ରିଟିକାଲ କେୟାର ୟୁନିଟ୍’

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଇଏସଆଇ ହସ୍ପିଟାଲରେ ଖୋଲିବ ‘କ୍ରିଟିକାଲ କେୟାର ୟୁନିଟ୍’ (ସିସିୟୁ) । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯିବାସହିତ ଦୁଇଜଣ ବରିଷ୍ଠ ବିଶେଷଜ୍ଞଙ୍କୁ ନେଇ ବୈଷୟିକ କମିଟି ଗଠନ କରାଯାଇଛି । ସିସିୟୁ କିପରି ସ୍ଥାପନ କରାଯିବ ତାହା ଏହି କମିଟିର ସଦସ୍ୟମାନେ ପରାମର୍ଶ ଦେବେ । ଇଏସଆଇ ହସ୍ପିଟାଲରେ ଆଇସିୟୁ ଓ ଏଚଡିୟୁ ଅଭାବ ରହିଥିବାରୁ ରୋଗୀମାନେ ଅସନ୍ତୁଷ୍ଟ ହେଉଥିବାର ଦେଖାଯାଇଥିଲା ।

ହସ୍ପିଟାଲରେ ଏହିସବୁ ସୁବିଧା ଉପଲବ୍ଧ ନଥିବାରୁ ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର କରିବାକୁ ପଡ଼ୁଛି । ହସ୍ପିଟାଲ ପ୍ରତିଷ୍ଠା ହେବା ତରଫଠାରୁ ପାଖାପାଖି ୩୦ ହଜାର ଅସ୍ତ୍ରୋପଚାର ହେଲାଣି । ମାତ୍ର ସିସିୟୁ ନଥିବାରୁ ଅସ୍ତ୍ରୋପଚାର କ୍ଷେତ୍ରରେ ବଡ଼ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଏହିସବୁ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସିସିୟୁ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ବିଶେଷଜ୍ଞ କମିଟିରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜର ନିଶ୍ଚେତନ ବିଭାଗର ପ୍ରଫେସର ଡାକ୍ତର ଦେବାଶିଷ ସ୍ୱାଇଁ ଓ ଏସସିବି ମେଡିକାଲ କଲେଜ ନିଶ୍ଚେତନ ବିଭାଗର ପ୍ରଫେସର ଡାକ୍ତର ଚନ୍ଦ୍ର ଶେଖର ବେହେରା ରହିଛନ୍ତି । ପିପିପି ମୋଡ଼ରେ ଏହି କାର୍ଯ୍ୟ କରାଯିବ କି ଇଏସଆଇ କର୍ତ୍ତୃପକ୍ଷ ଏହାର ଦାୟିତ୍ୱ ତୁଲାଇବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ । ସିସିୟୁ ସ୍ଥାପନ ହେବା ଫଳରେ ବହୁ ରୋଗୀ ବିଶେଷ ଭାବେ ଉପକୃତ ହୋଇ ପାରିବେ ।

Get real time updates directly on you device, subscribe now.