fbpx

ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର: କରିଜେଣ୍ଡମ ଜାରି କଲା OSSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା-୨୦୨୩ (ସିଜିଏଲଆରଇ-୨୦୨୩) ବିଜ୍ଞପ୍ତିର ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର ପଦ ସଂଖ୍ୟା ପ୍ରତ୍ୟାହାର ହୋଇଛି । ହାଣ୍ଡ୍ରିକ୍ରାଫ୍ଟସ ନିର୍ଦ୍ଦେଶାଳୟ ଅଧିନରେ ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର ପାଇଁ ୪ଟି ପଦ ସଂରକ୍ଷିତ ରହିଥିବା ବେଳେ ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ଉକ୍ତ ବିଜ୍ଞପ୍ତିର ଅନ୍ୟ ସମସ୍ତ ନିୟାମବଳୀ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଆସନ୍ତା ଜୁନ୍ ମାସ ୨୩ ତାରିଖ (ରବିବାର) ଦିନ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସେମାନଙ୍କର ୟୁଜର ଆଇଡି ଓ ପାସୱାଡ ଦେଇ ଜୁନ୍ ମାସ ୧୦ ତାରିଖ ପରଠାରୁ ଆଡମିସନ ଲେଟର ଡାଉନଲୋଡ୍ କରିପାରିବେ । ଏନେଇ ନିକଟରେ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତବର୍ଷ ଅକ୍ଟୋବର ମାସରେ ପ୍ରକାଶ ପାଇଥିବା ଏହି ବିଜ୍ଞପ୍ତିରେ ପ୍ରଥମେ ୪୯୫ଟି ପଦ ଖାଲି ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ୫୭୭କୁ ବୃଦ୍ଧି କରାଯାଇଥିଲା ।

ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ଏବେ ହାଣ୍ଡ୍ରିକ୍ରାଫ୍ଟ ପ୍ରମୋସନ ଅଫିସର ପଦକୁ ପ୍ରତ୍ୟାହାର କରି ନିଆଯାଇ ଥିବାରୁ ଉକ୍ତ ପଦରେ କୌଣସି ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ନାହିଁ ।

Get real time updates directly on you device, subscribe now.