fbpx

ପାଣିପାଗ ବିଭାଗର ସୂଚନା: ୨୨ରୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ

Advertisement

ଭୁବନେଶ୍ୱର : ବଙ୍ଗୋପସାଗରରେ ଚଳିତ ମାସ ୨୨ରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ରାଜ୍ୟର ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବଙ୍ଗୋପସାଗର ଅଞ୍ଚଳରେ ଘନୀଭୂତ ହୋଇ ୨୪ ତାରିଖ ବେଳକୁ ତାହା ଏକ ଭୟଙ୍କର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ପାଣିପାଗ ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁସାରେ , ଘୂର୍ଣ୍ଣିବଳୟ ଅବପାତ ହେବା ନେଇ ଅନୁମାନ କରାଯାଇଥିଲେ ବି ସେନେଇ କୌଣସି ସଠିକ୍ ତଥ୍ୟ ମିଳିନାହିଁ ।

ସେହିପରି ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଜୁଳି, ଘଡଘଡି ସହ ଘଣ୍ଟାକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିଛି । ୫ ଦିନ ପରେ ସାମାନ୍ୟ ପାରଦ ୪ ଡିଗ୍ରୀ ବଢିପାରେ ପାରେ ବୋଲି କୁହାଯାଇଛି । ଆସନ୍ତା ୨୦-୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କେତେକ ସ୍ଥାନରେ ଗ୍ରୀଷ୍ମର ଲହର ଜାରି ରହିବାର ସମ୍ଭାବନା ରହିଛି । ଆଜି ସକାଳ ୮ ସୁଦ୍ଧା ରାଜ୍ୟର ସମସ୍ତ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ତାପମାତ୍ରା ୩୪ ଡିଗ୍ରୀ ପାରହୋଇ ଅସହ୍ୟ ଗୁଳୁଗୁଳିର ଅନୁଭୁତ ହୋଇଛି । ଚାନ୍ଦବାଲିରେ ୩୫.୫ ଡିଗ୍ରୀ, ବୌଦ୍ଧରେ ୩୯.୩ ଡିଗ୍ରୀ, ବାଲେଶ୍ୱରେ ୩୯.୨ଡିଗ୍ରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.