fbpx

ବାଙ୍ଗାଲୋରରୁ କୋଚି ଯାଉଥିବା ବିମାନର ଇଞ୍ଜିନ ଲାଗିଲା ନିଆଁ, କରାଗଲା ଏମରଜେନ୍ସି ଲ୍ୟାଣ୍ଡିଂ

Advertisement

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଛି । ଏହାପୂର୍ବରୁ ବହୁ ପରିମାଣରେ ବିମାନ ଉଡ଼ାଣ ବାତିଲ ହେଡଲାଇନ ସୃଷ୍ଟି କରିଥିଲା । ବର୍ତ୍ତମାନ ଏହାର ଗୋଟିଏ ବିମାନ ଇଞ୍ଜିନରେ ନିଆଁ ଲାଗିବା ଖବର ଚର୍ଚ୍ଚାରେ ରହିଛି । ବାସ୍ତବରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଇଞ୍ଜିନରେ ନିଆଁ ଲାଗିବା ପରେ ବିଳମ୍ବିତ ରାତିରେ ବାଙ୍ଗାଲୋରରେ ଅବତରଣ କରାଯାଇଥିଲା ।

ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି :-
ବିମାନଟି ବାଙ୍ଗାଲୋରରୁ କୋଚି ଅଭିମୁଖେ ଯାଉଥିଲା । ଇଞ୍ଜିନରେ ଅଗ୍ନିକାଣ୍ଡ ଯୋଗୁଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ବାଙ୍ଗାଲୋର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲା । କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର (କେଆଇଏ) ରେ ଜରୁରୀ ଅବତରଣ ପରେ ତୁରନ୍ତ ନିଆଁ ଲିଭାଯାଇଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ରିପୋର୍ଟ କରିଛି ଯେ, ସମସ୍ତ ୧୭୯ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟଙ୍କୁ ବାହାର କରାଯାଇଛି । ଏଥିରେ କେହି ଆହତ ହୋଇନାହାଁନ୍ତି । ସୂଚନାନୁସାରେ, ଅଗ୍ନିକାଣ୍ଡ ହେବାର କିଛି ମିନିଟ ପରେ ଏହି ଘଟଣା ବିଷୟରେ ଜଣାପଡିଥିଲା ।
ଡାହାଣ ଇଞ୍ଜିନ୍ ଅଗ୍ନିକାଣ୍ଡ :-
ବୟାନରେ କୁହାଯାଇଛି ଯେ, ବିମାନ ଆଇଏକ୍ସ୧୧୩୨ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ରାତି ୧୧.୧୨ ରେ ଅବତରଣ କରିଥିଲା, ଯେତେବେଳେ ବିମାନ ବନ୍ଦରରୁ ଉଡାଣ ଭରିବାର କିଛି ମିନିଟ ପରେ ବିମାନରେ ଥିବା କର୍ମଚାରୀମାନେ ଡାହାଣ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିଥିଲେ । ଏହା ପରେ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍ (ଏଟିସି) କୁ ସୂଚନା ଦିଆଗଲା ।
ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ, ଏହି ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆମ ଅତିଥିମାନଙ୍କୁ ବିକଳ୍ପ ବ୍ୟବସ୍ଥା ଯୋଗାଇବା ପାଇଁ କାର୍ଯ୍ୟ କରୁଛୁ । ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ କରାଯିବ ।

Get real time updates directly on you device, subscribe now.