fbpx

କାର୍ବାଇଟ୍‍ ବ୍ୟବହାରକୁ ନିଷେଧ କଲେ କେନ୍ଦ୍ର ସରକାର, କ୍ୟାନ୍ସର ହେବାର ରହିଛି ଆଶଙ୍କା

Advertisement

ନୂଆଦିଲ୍ଲୀ : ଆମ୍ବ ଏବଂ ଅନ୍ୟ ଫଳକୁ କୃତ୍ରିମ ଉପାୟରେ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲସିୟମ କାର୍ବାଇଟ୍‍ ବ୍ୟବହାରକୁ କେନ୍ଦ୍ର ସରକାର ନିଷେଧ କରିଛନ୍ତି । ସ୍ୱାସ୍ଥ୍ୟ ପ୍ରତି କ୍ୟାଲସିୟମ କାର୍ବାଇଟର ଖରାପ ପ୍ରଭାବକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ କାର୍ବାଇଟ୍‍ ବ୍ୟବହାର ନିଷେଧ ଆଇନର କଡା ଅନୁପାଳନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

କ୍ୟାଲସିୟମ୍ କାର୍ବାଇଡ୍, ଯାହା ସାଧାରଣତଃ ଆମ୍ବ ଭଳିି ଫଳ ପାଚିବା ପାଇଁ ବ୍ୟବହୃତ ହୁଏ, ଆସେଟିଲିନ୍ ଗ୍ୟାସ୍ ନିର୍ଗତ କରେ ଯେଉଁଥିରେ ଆର୍ସେନିକ୍ ଏବଂ ଫସଫରସ୍ ରହିଥାଏ । ଏହି କାରଣରୁ କର୍କଟ ରୋଗ ହେବାର ଆଶଙ୍କା ରହିଛି, ସୁପ୍ରିମକୋର୍ଟ ଏହାର ଉତ୍ତର ମାଗିବାର ଗୋଟିଏ ଦିନ ପରେ ଏଫଏସଏସଏଆଇ ଏହି ଚେତାବନୀ ଦେଇଛି । ଏକ ପିଟିସନର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପର୍କରେ କେନ୍ଦ୍ର, କୃଷି ମନ୍ତ୍ରଣାଳୟ ଏବଂ ଏଫଏସଏସଏଆଇକୁ ନୋଟିସ ଜାରି କରିଛନ୍ତି ।

ବିପଜ୍ଜନକ ରାସାୟନିକ ପଦାର୍ଥ ବ୍ୟବହାର ହେତୁ ସାରା ଦେଶରେ ଲୋକମାନେ ମରୁଛନ୍ତି ବୋଲି ଏହି ଆବେଦନରେ ଦର୍ଶାଯାଇଛି । ଏଫଏସଏସଏଆଇ କହିଛି ଯେ ବ୍ୟବସାୟୀ / ଫଳ ନିୟନ୍ତ୍ରକ / ଖାଦ୍ୟ ବ୍ୟବସାୟ ଅପରେଟର (ଏଫବିଓ) ବିଶେଷ ଭାବରେ ଆମ୍ବ ଋତୁରେ ଫଳର କୃତ୍ରିମ ପାଚନରେ ବିପଜ୍ଜନକ ‘କ୍ୟାଲସିୟମ୍ କାର୍ବାଇଡ୍’ ବ୍ୟବହାର ନକରିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ ସତର୍କ କରାଯାଇଛି ।

Get real time updates directly on you device, subscribe now.