fbpx

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଆଧାର କାର୍ଡ ସହ କ’ଣ କରାଯିବ: ସରେଣ୍ଡର ନା ବନ୍ଦ କରାଯିବ?

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ସମସ୍ତଙ୍କ ପାଇଁ ଜରୁରୀ ଡକୁମେଣ୍ଟ ହୋଇଥିବା ବେଳେ ଉଭୟ ସରକାରୀ ଓ ଘରୋଇ କାର୍ଯ୍ୟ କ୍ଷେତ୍ରରେ ଏହାକୁ ଏକ ଜରୁରୀ ଡକ୍ୟୁମେଣ୍ଟ ଭାବେ ବ୍ୟବହାର କରାଯାଇଥାଏ । ଆଧାର କାର୍ଡରେ ୧୨ ଅଙ୍କ ବିଶିଷ୍ଟ ୟୁନିକ ନମ୍ବର ରହିଥିବା ବେଳେ ସେଥିରେ ଆପଣଙ୍କର ନାମ, ଠିକଣା ଓ ଫିଙ୍କରପ୍ରିଣ୍ଟର ତଥ୍ୟ ସାମିଲ ରହିଥାଏ । ବିନା ଆଧାର କାର୍ଡରେ ଆପଣମାନେ କୌଣସି ସରକାରୀ ଯୋଜନାର ଫାଇଦା ଉଠାଇ ପାରିବେ ନାହିଁ ।

ଗ୍ୟାସ ସଂଯୋଗ ଠାରୁ ଆରମ୍ଭ କରି ସବସିଡି ପାଇବା ପର୍ଯ୍ୟନ୍ତ ସବୁଥିରେ ଆଧାର ଆବଶ୍ୟକ ହୋଇଥାଏ । ଏଥିସହିତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ ଆଧାର ଜରୁରୀ ହୋଇଥାଏ । ଏପରି ସ୍ଥିତିରେ ଯଦି ଆପଣଙ୍କର ଆଧାର କାର୍ଡ କୌଣସି ଖରାପ ବ୍ୟକ୍ତିଙ୍କ ପାଖକୁ ଚାଲିଯାଏ, ତେବେ ତା’ର ମିସ୍ ୟୁଜ୍ ହେବାର ସମ୍ଭାବନା ରହିଥାଏ । ତେବେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ଘଟେ, ତେବେ ତା’ପରେ ତାଙ୍କର ଆଧାର କାର୍ଡକୁ କ’ଣ କରାଯିବ, ଏନେଇ ପ୍ରଶ୍ନ ମନକୁ ଆସିବା ସ୍ୱାଭାବିକ ।

ପ୍ରତି ଭାରତୀୟଙ୍କ ପାଇଁ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଆଧାର ଜାରି କରାଯାଇଥାଏ । ମାତ୍ର ଏହାକୁ ସରେଣ୍ଡର ବା ରଦ୍ଦ କରିବାର କୌଣସି ବ୍ୟବସ୍ଥା ନାହିଁ । ମାତ୍ର ଏହାର ସୁରକ୍ଷାକୁ ନେଇ କଡ଼ା ବ୍ୟବସ୍ଥା କରାଯାଇଛି, ଫଳରେ କେହି ଏହାର ମିସ୍ ୟୁଜ୍ କରିପାରିବେ ନାହିଁ । ଯଦି କୌଣସି ମୃତକଙ୍କ ଆଧାର କାର୍ଡ ତାଙ୍କର କୌଣସି ପରିଜନ ପାଖରେ ରଖନ୍ତି ତେବେ ସେନେଇ ସତର୍କ ରହିବା ଆବଶ୍ୟକ । ସେଥିପାଇଁ ଆପଣମାନେ ସର୍ବପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍କସୟବସ.ଶକ୍ଟଙ୍ଖ.ସଦ୍ଭ/ କୁ ଯାଇ ଆଧାର ଅପ୍ସନକୁ କ୍ଲିକ କରି ମାଇ ଆଧାର ସର୍ଭିସେସକୁ ଯାଇ ‘ଲକ/ଅନଲକ ବାୟୋମେଟ୍ରିକ୍ସ’ ଅପ୍ସନକୁ କ୍ଲିକ କରନ୍ତୁ । ଏହାପରେ ନୂଆ ପେଜ୍ ଖୋଲିବା ପରେ ତାହାକୁ ଲଗିନ୍ କରିବା ପାଇଁ ୧୨ ଅଙ୍କର ଆଧାର ନମ୍ବର ଓ କ୍ୟାପଚା ଦେବାକୁ ପଡ଼ିବ । ତା’ପରେ ସେଣ୍ଡ ଓଟିପି ଉପରେ କ୍ଲିକ୍ କରିବେ । ଓଟିପି ଦେବା ପରେ ଆପଣଙ୍କୁ ବାୟୋମେଟ୍ରିକ୍ସ ଡାଟାକୁ ଲକ/ଅନଲକ କରିବାର ବିକଳ୍ପ ଦେଖାଯିବ । ଆପଣମାନେ ତାହାକୁ ଲକ୍ ବା ଅନଲକ କରିବାର ଅପ୍ସନ ବାଛି ପାରିବେ ।

Get real time updates directly on you device, subscribe now.