fbpx

କାଲି ପଞ୍ଚମ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁ ସହରରେ ବନ୍ଦ ରହିବ ବ୍ୟାଙ୍କ୍‌

Advertisement

ନୂଆଦିଲ୍ଲୀ: ସୋମବାର ୫ମ ପର୍ଯ୍ୟାୟ ମତଦାନ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ଅନୁଷ୍ଠିତ ହେବ ସେ ନେଇ ଜିଲ୍ଲା ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କର ୱେବସାଇଟରେ ଉପଲବ୍ଧ ଛୁଟି ତାଲିକା ଅନୁଯାୟୀ ମେ ୨୦ରେ ହେବାକୁ ଥିବା ୫ମ ପର୍ଯ୍ୟାୟ ମତଦାନ ପାଇଁ ମୁମ୍ବାଇ, ଲକ୍ଷ୍ନୌ ଏବଂ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ । ଚଳିତ ମାସ ବ୍ୟାଙ୍କ ଆହୁରି ୪ ଦିନ ଛୁଟି ରହିବ ।

ମେ ୨୦- ୫ମ ପର୍ଯ୍ୟାୟ ମତଦାନ ପାଇଁ ମହାରାଷ୍ଟ୍ର, ଲକ୍ଷ୍ନୌ ଏବଂ ବେଲାପୁରରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୨୩- ବୁଦ୍ଧ ପୂର୍ଣ୍ଣିମା ଦିନ ତ୍ରିପୁରା, ମିଜୋରାମ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଜାମ୍ମୁ, ଶ୍ରୀନଗର, ଲକ୍ଷ୍ନୌ, ନୂଆଦିଲ୍ଲୀ, ହିମାଚଳ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୨୫- ନଜରୁଲ ଜୟନ୍ତୀ ଏବଂ ୬ଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ତ୍ରିପୁରା ଏବଂ ଓଡ଼ିଶାରେ ବ୍ୟାଙ୍କ ବନ୍ଦ ରହିବ ।

ମେ ୨୬- ମାସର ଶେଷ ରବିବାର ବ୍ୟାଙ୍କ ବନ୍ଦ ରହିବ ।

Get real time updates directly on you device, subscribe now.