fbpx
BJD
BJD SKY
BJD SKY

ଜେଲରୁ କିଛି ଘଣ୍ଟା ପାଇଁ ବାହାରକୁ ଆସିଥିଲେ ହେମନ୍ତ ସୋରେନ୍, ନୂଆ ଲୁକକୁ ନେଇ ଚର୍ଚ୍ଚା

BJD

ରାଞ୍ଚି: ଝାଡ଼ଖଣ୍ଡରେ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବିର୍ସା ମୁଣ୍ଡା ଜେଲରୁ ବାହାରିଛନ୍ତି । ସୋମବାର ହାଇକୋର୍ଟଙ୍କ ଆଦେଶାନୁସାରେ ପୋଲିସ ହେପାଜତରେ କିଛି ଘଣ୍ଟା ପାଇଁ ନିଜ ପୈତୃକ ଗାଁ ନେମରାକୁ ଯିବା ପାଇଁ ଅନୁମତି ମିଳିଥିଲା । ଜେଲରୁ ବାହାରିବା ପରେ ତାଙ୍କ ନୂତନ ବେଶକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜେଲରେ ଥିବା ସମୟରେ ତାଙ୍କର ଦାଢ଼ି ଓ ନିଶ ବଢ଼ିଯାଇଛି । ସାଧାରଣ ଲୋକଙ୍କ ପାଇଁ ତାଙ୍କୁ ଚିହ୍ନିବା ଏକ ପ୍ରକାର କଷ୍ଟକର ହୋଇଯାଇଛି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହାଇକୋର୍ଟ ତାଙ୍କ ସ୍ୱର୍ଗୀୟ କାକା ରାଜାରାମ ସୋରେନଙ୍କ ଶ୍ରାଦ୍ଧକର୍ମରେ ସାମିଲ ହେବା ପାଇଁ କିଛି ଘଣ୍ଟା ପାଇଁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ ଏହି ସମୟରେ ହେମନ୍ତ କୌଣସି ମିଡିଆ ସମ୍ପର୍କରେ ଆସିପାରିବେ ନାହିଁ କିମ୍ବା କୌଣସି ରାଜନୈତିକ ବୟାନ ଦେଇ ପାରିବେ ନାହିଁ । ତେବେ ହେମନ୍ତ ନିଜ ପୈତୃକ ଗାଁ ପହଞ୍ଚିବା ପରେ ପିତା ଶିବୁ ସୋରେନ୍ ଏବଂ ମାତା ରୂପି ସୋରେନଙ୍କ ପାଦ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହି ସମୟରେ ତାଙ୍କ ପତ୍ନୀ କଳ୍ପନା ସେରେନ୍ ଏବଂ ପିଲାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବହୁତ ଦିନ ପରେ ପରିବାରଙ୍କୁ ଭେଟିବା ପରେ ଭାବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ହେମନ୍ତ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ତାକୁ ଅଭିମାନ ଅଛି ଯେ ମୋ ଉଡ଼ାଣ ଟିକିଏ କମିଯାଇଛି, ମୋତେ ବିଶ୍ୱାସ ଅଛି ଯେ ଆକାଶ ଟିକିଏ କମ୍ ଅଛି ।’ ତେବେ ଜମି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଜାନୁଆରୀ ୩୧ରେ ଗିରଫ କରିଥିଲା ।

Get real time updates directly on you device, subscribe now.