fbpx

ଜୁଲାଇ ୧୫ରୁ ଆରମ୍ଭ ହେବ CBSE ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ସବିଶେଷ ବିବରଣୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁଲାଇ ୧୫ ତାରିଖରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଆସନ୍ତା ସପ୍ତାହରେ ଏ ସମ୍ପର୍କରେ ସବିଶେଷ ବିବରଣୀ ପ୍ରକାଶ ପାଇବ । ଗତ ୧୩ ତାରିଖରେ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଉକ୍ତ ପରୀକ୍ଷାରେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍ ହୋଇଥିବା ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ପାରିବେ । ଜୁଲାଇ ୧୫ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ମିଳିଛି ।

ଚଳିତ ବର୍ଷ ଦଶମରେ ୯୩.୬୦ ପ୍ରତିଶତ ଓ ଦ୍ୱାଦଶ ଶ୍ରେଣୀରେ ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଦଶମରେ ୧.୩୨ ଲକ୍ଷ ଓ ଦ୍ୱାଦଶରେ ୧.୨୨ ଲକ୍ଷ ଅଧିକ ପିଲା ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀମାନେ ଗୋଟିଏ ବା ଦୁଇଟି ବିଷୟରେ ଫେଲ୍ ହୋଇଥିବେ ସେମାନେ ସିବିଏସଇର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ଜାଣିପାରିବେ ।

Get real time updates directly on you device, subscribe now.