fbpx

ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍‌: ଫାଇନାଲରେ ସାତ୍ୱିକ୍‌- ଚିରାଗ, ସେମିଫାଇନାଲରୁ ବିଦାୟ ନେଲେ ଅଶ୍ୱିନୀ-ତନିଷା

Advertisement

ବ୍ୟାଙ୍ଗକକ୍‌: ଭାରତର ଅଗ୍ରଣୀ ପୁରୁଷ ଡବଲ୍ସ(ବ୍ୟାଡମିଣ୍ଟନ୍‌) ଯୋଡ଼ି ଫାଇନାଲରେ ସାତ୍ୱିକ-ଚିରାଗ ଥାଇଲ୍ୟାଣ୍ଡ ଓପନ୍ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଶନିବାର ଏହି ଯୋଡ଼ି ଟୁର୍ଣ୍ଣାମେଣ୍ଟର ପୁରୁଷ ଯୁଗଳ ବର୍ଗରେ ଚାଇନିଜ୍ ତାଇପେ ଯୋଡ଼ି ମିଙ୍ଗ୍ ଚିଙ୍ଗ୍ ଲୁ- ତାଙ୍ଗ୍ କାଇ ୱିଙ୍କୁ ୨୧-୧୧ ଏବଂ ୨୧-୧୨ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି ।

ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମରୁ ସାତ୍ୱିକ- ଚିରାଗ ଯୋଡ଼ି ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ । ଦ୍ୱିତୀୟ ଗେମ୍ ପ୍ରଥମାର୍ଦ୍ଧ ସୁଦ୍ଧା ସାତ୍ୱିକ୍‌- ଚିରାଗ ୧୭-୧୦ରେ ଆଗୁଆ ରହିଥିଲେ । ମାତ୍ର ୩୫ ମିନିଟରେ ଏହି ଯୋଡ଼ି ମ୍ୟାଚ୍ ଜିତିଥିଲା । ଫାଇନାଲରେ ସାତ୍ୱିକ୍‌- ଚିରାଗ ଯୋଡ଼ି ତାଇପେ ଯୋଡ଼ି ଚେନ୍ ବୋ ୟାଙ୍ଗ୍‌- ଲୁଇ ୱିଙ୍କୁ ଭେଟିବେ । ସେହିପରି ମହିଳା ଯୁଗଳ ସେମିଫାଇନାଲରୁ ଭାରତୀୟ ଯୋଡ଼ି ତନିଶା କାଷ୍ଟ୍ରୋ- ଅଶ୍ୱିନୀ ପୋନପ୍ପା ଯୋଡ଼ି ବିଦାୟ ନେଇଛନ୍ତି । ସେମିଫାଇନାଲରେ ଏହି ଯୋଡ଼ି ଥାଇଲ୍ୟାଣ୍ଡର ଜୋଙ୍ଗକୋଲଫାନ କିଟିଥାରାକୁଲ- ରିୱାଣ୍ଡା ପ୍ରଞ୍ଜୋଜାଇ ଯୋଡ଼ିଙ୍କ ଠାରୁ ୧୨-୨୧ ଓ ୨୦-୨୨ରେ ପରାଜିତ ହୋଇଥିଲେ ।

Get real time updates directly on you device, subscribe now.