fbpx
BJD
BJD SKY
BJD SKY

ପଶ୍ଚିମ ଓଡ଼ିଶାରେ କମୁନି ତାତି, ଆଜି ସବୁଠୁ ଉତ୍ତପ୍ତ ବଲାଙ୍ଗିର

BJD

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ମଧ୍ୟରେ କିଛି ସ୍ଥାନରେ କାଳବୈଶାଖୀ ଯୋଗୁଁ ଆଶ୍ୱସ୍ତି ମିଳିଛି । ତେବେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହରେ କୌଣସି ପରିବର୍ତ୍ତନ ଘଟୁନାହିଁ । ତାତି ନ କମିବା ସହ ଆଜି ପଶ୍ଚିମ ଓଡ଼ିଶାର ୭ଟି ସହରର ତାମପାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ସୂଚନା କ୍ରମେ, ବଲାଙ୍ଗିର ଆଜି ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ସର୍ବାଧିକ ୪୪.୫ ଡିଗ୍ରି ରହିଛି । ସେହିଭଳି ଟିଟିଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ, ବୌଦ୍ଧ-୪୩.୫ ଡିଗ୍ରୀ, ଝାରସୁଗୁଡ଼ା- ୪୩.୪ ଡିଗ୍ରୀ, ସମ୍ବଲପୁର-୪୩.୪ ଡିଗ୍ରୀ, ଭବାନୀପାଟଣା ଓ ବରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରହିଛି । ଅନ୍ୟପଟେ ଆଜି ଭୁବନେଶ୍ୱରର ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରହିଛି ।

Get real time updates directly on you device, subscribe now.