fbpx
BSKY SKY
BSKY SKY

ହସ୍ପିଟାଲରେ ଖେଳିଗଲା ଚହଳ, ଚୋରୀ ହୋଇଗଲା ୭୦ ୟୁନିଟ୍ ପ୍ଲାଜମା

BSKY

ଜୟପୁର: ରାଜଧାନୀ ଜୟପୁର ସ୍ଥିତ ଜେକେ ଲୋନ୍ ହସ୍ପିଟାଲରୁ ୭୦ ୟୁନିଟ୍ ପ୍ଲାଜମା ଚୋରୀ ହୋଇଯାଇଛି । ପ୍ଲାଜମା ଚୋରୀ ହେବା ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ଚହଳ ସୃଷ୍ଟି ହୋଇଥିଲା । ହସ୍ପିଟାଲ ପକ୍ଷରୁ ଏ ସମ୍ବନ୍ଧରେ ଥାନାରେ ଏଫଆଇଆର୍ ରୁଜୁ କରାଯାଇଛି । ମାମଲାର ଯାଞ୍ଚ ଲାଗି କମିଟି ବି ଗଠନ କରାଯାଇଛି । ଏହା ବ୍ୟତିତ ବ୍ଲଡ୍ ବ୍ୟାଙ୍କ ଦାୟିତ୍ୱରେ ଥିବା ଡା.ସତେନ୍ଦ୍ର ସିଂହଙ୍କୁ ମଧ୍ୟ ବଦଳି କରିଦିଆଯାଇଛି । ପୋଲିସ ଏବେ ପୁରା ମାମଲାର ଯାଞ୍ଚରେ ଲାଗିପଡିଛି ।

ପୋଲିସ ଅନୁସାରେ ସବାଇ ମାନସିଂହ ମେଡିକାଲ କଲେଜକୁ ଲାଗି ରହିଥିବା ଜେକେ ଲୋନ୍ ହସ୍ପିଟାଲର ବ୍ଲଡ ବ୍ୟାଙ୍କରୁ ୭୦ ୟୁନିଟ୍ ପ୍ଲାଜମା ଚୋରୀ ହୋଇଯାଇଛି । ଶନିବାର ରାତିରେ ଏହା ଜଣାପଡିଥିଲା । ହସ୍ପିଟାଲ ପ୍ରଶାସନ ପକ୍ଷରୁ ପ୍ଲାଜମାର ଟେଣ୍ଡର କରାଯାଇ ଭ୍ୟାକସିନେସନ ୟୁନିଟକୁ ବିକ୍ରୀ କରାଯାଏ । ଏହି ୟୁନିଟ୍ ପ୍ଲାଜମାରୁ ପ୍ରୋଟିନ୍ ବାହାର କରିଥାଏ । ପ୍ରତିବର୍ଷ ଏସଏସଏସ ମେଡିକାଲ କଲେଜରୁ ପ୍ରାୟ ୪ କୋଟି ମୂଲ୍ୟର ପ୍ଲାଜମା ବିକ୍ରୀ କରାଯାଏ । ଏକ ଲିଟର ପ୍ଲାଜମାର ମୂଲ୍ୟ ୩୯୦୦ଟଙ୍କା ହୋଇଥାଏ । ପ୍ଲାଜମା ଚୋରୀ ମାମଲାର ଗମ୍ଭୀରତାକୁ ଦେଖି ଏହି ସମ୍ବନ୍ଧରେ ଉଚ୍ଚ ସ୍ତରରେ ଅବଗତ କରାଯାଇଛି ।

Get real time updates directly on you device, subscribe now.