fbpx
BJD
BJD SKY
BJD SKY

କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ? ଜାଣନ୍ତୁ ଉପ-ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହୁଏ…

BJD

ଓଡ଼ିଶା ଭାସ୍କର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୁଇଟି ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେରଳର ୱାୟନାଡ ଏବଂ ଉତ୍ତରପ୍ରଦେଶର ରାୟବରେଲୀ ସିଟ୍ ପାଇଁ ରାହୁଲ ସାଂସଦ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ । ତେବେ ଆପଣ ଜାଣନ୍ତି କି, ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ କେତୋଟି ଆସନରୁ ନିର୍ବାଚନ ଲଢିପାରିବେ? ଏହାସହିତ ଆସନ୍ତୁ ଏହି ରିପୋର୍ଟରେ ଜାଣିବା ଥରେ ଉପ-ନିର୍ବାଚନ ହେଲେ, ଏଥିପାଇଁ ମୋଟ କେତେ ଟଙ୍କା ଖର୍ଚ୍ଚ ହୋଇପାରେ ।

୧୯୯୬ ମସିହା ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀ କେତୋଟି ଆସନରୁ ନିର୍ବାଚନ ଲଢିବେ, ସେ ନେଇ କୌଣସି ପ୍ରତିବନ୍ଧକ ନଥିଲା । ତେବେ ଜଣେ ବ୍ୟକ୍ତି ଗୋଟିଏ ଆସନ ପାଇଁ ନିର୍ବାଚନ ଲଢିବା ସୁନିଶ୍ଚିତ ରହିଥିଲା । ତେବେ ଏହିବର୍ଷ ଜନପ୍ରତିନିଧି କାନୁନର ଧାରା ୩୩ରେ ସଂଶୋଧନ କରାଯାଇଥିଲା । ଏହି ନୂଆ ନିୟମ ଅନୁସାରେ, ଜଣେ ପ୍ରାର୍ଥୀ ସର୍ବାଧିକ ୨ଟି ଆସନରୁ ନିର୍ବାଚନ ଲଢିପାରିବେ । ତେବେ ବର୍ତ୍ତମାନ ସୁଦ୍ଧା ଜଣେ ବ୍ୟକ୍ତି ଗୋଟିଏ ଆସନରୁ ହିଁ ପ୍ରତିନିଧିତ୍ୱ କରିପାରିବେ । ତେଣୁ ଉଭୟ ଆସନରୁ ବିଜୟୀ ହେବା ପରେ ଗୋଟିଏ ଆସନରୁ ଇସ୍ତଫା ଦେଇଥାନ୍ତି ବିଜୟୀ ନେତା । ତେବେ ୨୦୦୪ ଜୁଲାଇରେ ନିର୍ବାଚନ ଆୟୋଗ ଏହି ନିୟମର ଧାରା ୩୩(୭)ରେ ସଂଶୋଧନ ପାଇଁ ସୁପାରିଶ କରିଥିଲେ ।

କମିଶନ୍ ପକ୍ଷରୁ ପ୍ରସ୍ତାବ ଦିଆ ଯାଇଥିଲା ଯେ, ଉଭୟ ସିଟରେ ବିଜୟୀ ହେବା ପରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ ଏବଂ ଏହାପରେ ହେବାକୁ ଥିବା ଉପ-ନିର୍ବାଚନରେ ମଧ୍ୟ ସମସ୍ତ ଖର୍ଚ୍ଚ ପ୍ରାର୍ଥୀ ହିଁ ବହନ କରିବେ । ତେବେ ବିଧାନସଭା ଉପ-ନିର୍ବାଚନ ପାଇଁ ୫ ଲକ୍ଷ ଏବଂ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ୧୦ ଲକ୍ଷ ଟଙ୍କା ସୁପାରିଶ କରିଥିଲେ ନିର୍ବାଚନ କମିଶନ୍ । ତେବେ ୨୦୧୫ରେ ଲ’ କମିଶନ୍ ୨୫୫ତମ ରିପୋର୍ଟରେ ନିର୍ବାଚନ ଆୟୋଗର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ।

ଯଦି କୌଣସି ଉଭୟ ଆସନରୁ ନିର୍ବାଚନରେ ବିଜୟୀ ହୋଇଥାନ୍ତି, ତେବେ ନିୟମ ଅନୁସାରେ ନେତାଙ୍କୁ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିଥାଏ । ଏହାସହିତ ଖାଲି ଥିବା ଆସନରେ ୬ ମାସ ମଧ୍ୟରେ ଉପ-ନିର୍ବାଚନ କରିବା ଉଚିତ୍ । କୌଣସି ଆସନରେ ଉପ-ନିର୍ବାଚନ ହେଲେ, ସେଥିରେ ମଧ୍ୟ ସେତିକି ଟଙ୍କା ହିଁ ଖର୍ଚ୍ଚ ହୋଇଥାଏ । ୨୦୧୯ ଲୋକସଭା ନିର୍ବାଚନରେ ନିର୍ବାଚନ କମିଶନ୍ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଅର୍ଥାତ୍ ଗୋଟିଏ ଆସନ ପାଇଁ ହାରାହାରି ୯.୨୦ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଥିଲା । ତେଣୁ ଉପ-ନିର୍ବାଚନ ସମୟରେ ମଧ୍ୟ ସମାନ ଟଙ୍କା ଖର୍ଚ୍ଚ କରିରେ ଇଲେକ୍ସନ କମିଶନ୍ ।

Get real time updates directly on you device, subscribe now.