fbpx
BJD
BJD SKY
BJD SKY

(Video) ନୂଆ ଜର୍ସିରେ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ: ଗେରୁଆ ରଙ୍ଗରେ ସଜେଇ ହେବ ‘ଭାରତ’

BJD

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ତରଫରୁ ଜର୍ସି ଲଞ୍ଚ୍ କରାଯାଇଛି । ଆସନ୍ତା ଜୁନ୍ ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ପୁଣିଥରେ ଗେରୁଆ ରଙ୍ଗରେ ସଜେଇ ହେବ ରୋହିତ ସେନା । ପୂର୍ବରୁ ବିଶ୍ୱକପ ପାଇଁ ଦଳ ଘୋଷଣା କରି ସାରିଥିବା ବେଳେ ବର୍ତ୍ତମାନ ଜର୍ସି ଲଞ୍ଚ୍ କରିଛି ବିସିସିଆଇ । ସୋସିଆଲ ମିଡିଆ ଏକ୍ସରେ ବିସିସିଆଇ ଏକ ଭିଡିଓ ଜାରି କରି ଟିମ ପାଇଁ ଜର୍ସି ଲଞ୍ଚ୍ କରିଛି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସହ ଅନ୍ୟାନ୍ୟ ଷ୍ଟାର କ୍ରିକେଟରଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି ।

ଟି-୨୦ ବିଶ୍ୱକପକୁ ସମସ୍ତେ ଅପେକ୍ଷା କରି ରହିଥିବା ବେଳେ ଭାରତୀୟ କ୍ରିକେଟ ବୋର୍ଡ ‘ଏକ୍ସ’ରେ ଏକ ବଡ଼ ଅପଡେଟ ଦେଇଛି । ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଜର୍ସି ଲଞ୍ଚ୍ କରିଛି ବିସିସିଆଇ । ବୋର୍ଡର ଏହି ଭିଡିଓରେ ଅଧିନାୟକ ରୋହିତ ଶର୍ମା, କୁଳଦୀପ ଯାଦବ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ଦେଖାଯାଇଛି । ଏହି ଭିଡିଓରେ ରୋହିତ ସାଥୀ ଖେଳାଳିଙ୍କ ଜର୍ସି ଦେଖିବାକୁ ଇସାରା କରୁଛନ୍ତି । ଏହାପରେ ଏକ ହେଲିକପ୍ଟର ସାହାଯ୍ୟରେ ଭାରତର ବିଶ୍ୱକପ ଜର୍ସିକୁ ଦେଖାଇଛି ବିସିସିଆଇ । ନୂଆ ଜର୍ସି ଉପରେ ଧଳା ରଙ୍ଗର ପଟି ଦେଖିବାକୁ ମିଳିଛି । ଜର୍ସିର ମଝିରେ ନୀଳ ରଙ୍ଗ ଏବଂ ହାତରେ ଗେରୁଆ ରଙ୍ଗକୁ ସାମିଲ କରାଯାଇଛି । ଏହାବ୍ୟତୀତ କଲରରେ ତ୍ରିରଙ୍ଗା ପତାକାର ୩ଟି ରଙ୍ଗକୁ ସ୍ଥାନ ଦିଆ ଯାଇଥିବା ବେଳେ ବାମ ଛାତିରେ ଗୋଟିଏ ‘ଷ୍ଟାର(୨୦୦୭ ବିଶ୍ୱକପ ବିଜୟ)’କୁ ଇଙ୍ଗିତ କରୁଛି ।

Get real time updates directly on you device, subscribe now.