fbpx
BSKY
BJD YOUTH SKY
BJD MS SKY

ଦିଲ୍ଲୀର ଏକ କାର ଶୋ’ରୁମ୍ ଉପରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ପୋଲିସର ତଦନ୍ତ ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀର ତିଲକ ନଗର ଅଞ୍ଚଳରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । କିଛି ଦୁର୍ବୃତ୍ତମାନେ ଏକ କାର ଶୋ’ରୁମ ଉପରେ ଗୁଳିମାଡ଼ କରିଥିବା ଜଣାପଡ଼ିଛି । ସୂଚନା ପାଇ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ଅନେକ ରାଉଣ୍ଡ ଗୁଳି ଚଲାଇ ଶୁଟରମାନେ ଶୋ’ରୁମରେ ଏକ ନୋଟ୍ ଛାଡ଼ି ଯାଇଛନ୍ତି ।

ଏହି କାର କାର ଶୋ’ରୁମ ଉପରେ ଦୁବୃର୍ତ୍ତମାନେ ଅନେକ ରାଉଣ୍ଡ ଗୁଳିମାଡ଼ କରି ଏକ ନୋଟ୍ ଛାଡ଼ି ଯାଇଛନ୍ତି ଯେଉଁଥିରେ ସେମାନେ ୫ କୋଟି ଟଙ୍କାର ଏକ୍ସଟ୍ରାକସନ୍ ଟଙ୍କା ଦାବି କରିଛନ୍ତି । ସୂତ୍ରରୁ ପ୍ରକାଶ ଏହି ଫାୟାରିଂ କରିଥିବା ଦୁବୃତ୍ତମାନେ ନିଜକୁ ଗ୍ୟାଙ୍ଗଷ୍ଟର ନବୀନ ବାଲି ଓରଫ ଭାଉ ଗ୍ୟାଙ୍ଗର ବୋଲି ଦର୍ଶାଇଛନ୍ତି । ଅପରପକ୍ଷରେ ପୋଲିସଙ୍କ କହିବାନୁଯାୟୀ ଦୁର୍ବୃତ୍ତମାନେ ପାଖାପାଖି ୨୦ ରାଉଣ୍ଡ ଗୁଳି ଚଲାଇଛନ୍ତି । ଏହି ଫାୟାରିଂରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ସହ ଜଡ଼ିତ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଏହି କାର ଶୋ’ରୁମ୍ ୟୁଟୁ୍ୟବର ଏଲଭିଶ ଯାଦବଙ୍କୁ ମଧ୍ୟ କାର ଯୋଗାଉଥିଲା । ତେବେ ଏହି ଘଟଣା ପଛରେ କାହାର ହାତ ରହିଛି ତାହାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.