fbpx
BJD
BJD SKY
BJD SKY

ଅକାଳୀ ଦଳକୁ ଲାଗିଲା ବଡ଼ ଝଟକା, ଚଣ୍ଡିଗଡ଼ର ପ୍ରାର୍ଥୀ ହରଦୀପ ସିଂହ ବୁଟରେଲା ଦଳରୁ ଦେଲେ ଇସ୍ତଫା

BJD

ଚଣ୍ଡିଗଡ଼: ଲୋକସଭା ନିର୍ବାଚର ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଶିରୋମଣି ଅକାଳୀ ଦଳକୁ ଲାଗିଛି ବଡ଼ ଝଟକା । ଦଳର ଚଣ୍ଡିଗଡ଼ ଲୋକସଭା ପ୍ରାର୍ଥୀ ହରଦୀପ ସିଂହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ସେ ଦଳରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏନେଇ ଏଏନ୍ଆଇ ଏକ ପୋଷ୍ଟ ଶେୟାର କରିଛି ।

ଶିରୋମଣି ଅକାଳୀ ଦଳରୁ ଇସ୍ତଫା ଦେଲା ପରେ ହରଦୀପ କହିଛନ୍ତି, ‘କେବଳ ପ୍ରଚାର କରିବା ନେଇ ଦଳ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ଟିକେଟ ଘୋଷଣା କରିବାର ୧୫ରୁ ୧୮ ଦିନ ବିତିଯାଇଛି । ଦଳର କୌଣସି ବରିଷ୍ଠ ନେତାଙ୍କ ଦର୍ଶନ ମିଳିଲା ନାହିଁ କି ମୋ ଖବର ନେଲେ ନାହିଁ । ଏହା କୌଣସି ନିଗମ ନିର୍ବାଚନ ନୁହେଁ ଯେ ଏକା ହିଁ ଲଢ଼ିବୁ । ଲୋକସଭା ନିର୍ବାଚନ ଦଳ ସ୍ତରରେ ହୋଇଥାଏ କିନ୍ତୁ ଦଳ ମୋ ପ୍ରତି ଅଣଦେଖା କରିଥିବାରୁ ମୋତେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋତେ ଦଳର କୌଣସି ସମର୍ଥନ ମିଳିଲା ନାହିଁ । ନିର୍ବାଚନ ଲଢ଼ିବା ପାଇଁ ଦଳ ପାଖରେ ଅର୍ଥାଭାବ ଥିବାରୁ ନିର୍ବାଚନରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.