fbpx
BJD
BJD SKY
BJD SKY

ଭୟଙ୍କର ବିପଦରେ Android User! ଅନ୍ୟ କେହି ବ୍ୟବହାର କରୁନାହାନ୍ତି ତ ଆପଣଙ୍କ ଫୋନ୍?

ଓଡ଼ିଶା ଭାସ୍କର: କୋଟି କୋଟି ଆଣ୍ଡ୍ରଏଡ ୟୁଜରମାନଙ୍କ ପାଇଁ ଚେତାବନୀ ଜାରି କରିଛି Mcrosoft। ୟୁଜରମାନଙ୍କ ପାଇଁ ମାଲଓୟାର ଭାବରେ ଏକ ନୂଆ ବିପଦ ସେମାନଙ୍କୁ ଟାର୍ଗେଟ କରୁଛି । ଏହାଦ୍ୱାରା ଅନ୍ୟ ଜଣେ ଆପଣଙ୍କ ଫୋନ୍ ନ ଧରି ମଧ୍ୟ ଆପଣଙ୍କ ମୋବାଇଲ ବ୍ୟବହାର କରିପାରିବ । ହ୍ୟାକର୍ସମାନେ ପ୍ରାୟତଃ ଏହାକୁ ବ୍ୟବହାର କରି ଏକ ବଡ଼ ବିପଦ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ସବୁଠୁ ବଡ଼ ବିପଦ ହେଉଛି ଲୋକପ୍ରିୟ ଆପ୍ ଜରିଆରେ ଏହି ମାଲଓୟାରକୁ ସେୟାର କରାଯାଉଛି ।

ମାଇକ୍ରୋସଫ୍ଟ ଟିମ୍ ତରଫରୁ କୁହାଯାଇଛି ଯେ, ଏହି ମାଲଓୟାରକୁ ବ୍ୟବହାର କରି ହ୍ୟାକର୍ସ ସମ୍ପୂର୍ଣ୍ଣ ଡିଭାଇସକୁ ନିୟନ୍ତ୍ରଣ କରିପାରିବେ । ଏହି Dirty Stream ନାମକ ନୂଆ ମାଲଓୟାର ଡିଭାଇସରେ ପହଞ୍ଚିବା ମାତ୍ରେ ବ୍ୟାକଗ୍ରାଉଣ୍ଡରେ ନିଜ କାମ କରିବା ଆରମ୍ଭ କରି ଦେଇଥାଏ ବୋଲି ସୁରକ୍ଷା ଆଲର୍ଟରେ କୁହାଯାଇଛି । ବିଭିନ୍ନ ଲୋକପ୍ରିୟ ଆପ୍ ଗୁଡ଼ିକ ଜରିଆରେ ପୋନ୍ ଭିତରେ ପଶି ହ୍ୟାକର୍ସଙ୍କୁ ଡିଭାଇସର ଆକ୍ସେସ ଦେବା ଏହାର ମୁଖ୍ୟ କାମ । ବିଶେଷ କରି ଏହା ଆପ୍ସ ଫାଇଲ୍ସ ସେୟାର କରୁଥିବା କିମ୍ବା ଚାଟିଙ୍ଗ କରିବା ଇତ୍ୟାଦି ଭଳି ପାର୍ଟରେ ସାମିଲ ହୋଇଯିବା ପରେ କଣ୍ଟେଣ୍ଟ ପ୍ରୋଭାଇଡର ସିଷ୍ଟମକୁ ପ୍ରଭାବିତ କରିଥାଏ ।

ତେବେ ଏହି ସିଷ୍ଟମରେ କିଛିଟା ସୁରକ୍ଷା ମାନକ ରହିଥାଏ, ଯାହାଫଳରେ ଏହାର ଅପବ୍ୟବହାର କରାଯାଇ ପାରିବ ନାହିଁ । କିନ୍ତୁ ମାଲଓୟାର ଲଗାତାର ଏଥିରେ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ହ୍ୟାକର୍ସମାନଙ୍କୁ ଫୋନର କଣ୍ଟ୍ରୋଲ ମିଳି ଯାଇଥାଏ ଏବଂ ସେମାନେ ମୋବାଇଲକୁ ନିଜ ଇଚ୍ଚାରେ ବ୍ୟବହାର କରିପାରନ୍ତି । ଏହି ମାଲଓୟାର Google Play Storeରେ ଉପଲବ୍ଧ ଅନେକ ଲୋକପ୍ରିୟ ଆପ୍ ଜରିଆରେ ଫୋନରେ ସାମିଲ ହୋଇପାରନ୍ତି । ତେବେ Xiomi File Managerରୁ ଆରମ୍ଭ କରି WPS Office ପର୍ଯ୍ୟନ୍ତ ଏହି ତାଲିକାରେ ସାମିଲ ରହିଛି ।

Get real time updates directly on you device, subscribe now.