fbpx

ଇତିହାସ ରଚିଲେ ଦିପା କର୍ମକାର, ଏସୀୟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ଜିମ୍ନାଷ୍ଟ

AAKASH

ନୂଆଦିଲ୍ଲୀ: ଭାରତର ଶୀର୍ଷ ଜିମ୍ନାଷ୍ଟ ଦିପା କର୍ମକାର ତାଙ୍କ ନାମରେ ଏକ ବଡ଼ ସଫଳତା ହାସଲ କରି ଦେଶର ପ୍ରଥମ ଖେଳାଳି ହୋଇଛନ୍ତି, ଯିଏ କି ଜିମ୍ନାଷ୍ଟିକ୍ସରେ ଏସିଆନ୍ ସିନିୟର ଚାମ୍ପିଅନସିପରେ ଦେଶକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ।

ରବିବାର ଦିନ ସେ ମହିଳା ଭାଲ୍ଟରେ ଏହି ପଦକ ଜିତିଥିଲେ । ଭାଲ୍ଟ ଫାଇନାଲରେ ଦିପା କର୍ମକାରଙ୍କ ହାରାହାରି ଫାଇନାଲର ଶେଷ ଦିନରେ ୧୩.୫୬୬ ଥିଲା । ଏହି ଟୁର୍ନାମେଣ୍ଟ ଉଜବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଖେଳାଯାଇଥିଲା ।

୩୦ ବର୍ଷୀୟ ଦିପା କର୍ମକାର ଫାଇନାଲରେ ଉତ୍ତର କୋରିଆର କିମ ସୋନ ହାଙ୍ଗ ଏବଂ ଜୋ କ୍ୟୁଙ୍ଗ ବାୟୋଲଙ୍କୁ ପରାସ୍ତ କରିଛନ୍ତି । ହାୟାଙ୍ଗଙ୍କ ହାରାହାରି ସ୍କୋର ଥିଲା ୧୩.୪୬୬ ଏବଂ ବାୟୋଲର ସ୍କୋର ୧୨.୯୬୬ । ଉଭୟ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୧୬ ରିଓ ଅଲିମ୍ପିକ୍ ଗେମ୍ସରେ ଭାଲ୍ଟ ଫାଇନାଲରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦିପା ଏହା ପୂର୍ବରୁ ୨୦୧୫ ରେ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ତେବେ ପ୍ରଥମ ଥର ପାଇଁ କେହି ଜଣେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

୨୦୧୫ ଏସୀୟ ଚାମ୍ପିଅନସିପରେ ବ୍ୟକ୍ତିଗତ ଫ୍ଲୋର୍ ଏକ୍ସରସାଇଜ୍ ରେ ଆଶିଷ କୁମାର ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୯ ଏବଂ ୨୦୨୦ ସଂସ୍କରଣରେ ଭାଲ୍ଟ ଇଭେଣ୍ଟରେ ପ୍ରଣତି ନାୟକ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ଦିପା କେବଳ ପଦକ ରଙ୍ଗ ବଦଳାଇ ନଥିଲେ ବରଂ ଏହାକୁ ସିଧାସଳଖ ସ୍ୱର୍ଣ୍ଣ ପଦକ ରେ ପରିଣତ କରିଥିଲେ । ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ମଧ୍ୟ ଦୀପା କର୍ମକାରଙ୍କୁ ପ୍ରଶଂସା କରି ଅଭିନନ୍ଦନ ଜଣାଇଛି ।

Get real time updates directly on you device, subscribe now.