fbpx

Election ପରେ ବୃଦ୍ଧି ପାଇବ LPG Cylinder ଦାମ୍! ଲାଗୁ ହେବ କି ନୂଆ ରେଟ୍? ୪ ତାରିଖରେ ରେଜଲ୍ଟ

AAKASH

ନୂଆଦିଲ୍ଲୀ: ଜୁନ୍ ପହିଲାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଗୋଷଣା ହେବାକୁ ଥିବା ବେଳେ ଅନେକ କିଛି ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜନତା ଆଶା ରଖିଛନ୍ତି । ତେବେ ଏହା ଭିତରେ ବଡ଼ ପ୍ରଶ୍ନ ହେଉଛି ମାସର ପ୍ରଥମ ଦିନରେ ବଦଳିବ କି ଗ୍ୟାସ ସିଲିଣ୍ଡରର ଦାମ୍? ପ୍ରତି ମାସ ୧ ତାରିଖରେ ଏହାର ମୂଲ୍ୟ ପରିବର୍ତ୍ତନ ହୋଇଥାଏ, କିନ୍ତୁ ଆସନ୍ତାମାସରେ ଏହି ପରିବର୍ତ୍ତନ ଦେକିବାକୁ ମିଳିବ କି ନାହିଁ, ତାହା ଆଗକୁ ଜଣାପଡ଼ିବ । ତେବେ ନିର୍ବାଚନ ପରେ ଏଲପିଜି ସିଲିଣ୍ଡର ଦାମ୍ ବଢିପାରେ ବୋଲି ଖୁବ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ନିର୍ବାଚନ ପରେ ବଦଳିଥିବା ଏଲପିଜି ସିଲିଣ୍ଡରର ଦାମ୍ ।

୨୦୨୪ ମସିହା ଜୁନ୍ ୧ ତାରିଖରେ ଦିଲ୍ଲୀରେ ସବସିଡି ବିନା ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୯୦୫ ଟଙ୍କା ରହିଥିଲା । ଆଜି ରାଜଧାନୀ ଦିଲ୍ଲୀରେ ଘରୋଇ ସିଲିଣ୍ଡର ୮୦୩ ଟଙ୍କା ରହିଥିବା ବେଳେ କମର୍ସିଆଲ ଗ୍ୟାସ ୧୭୪୫.୫୦ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କାର୍ଯ୍ୟକାଳ ୨୦୧୪ ମେ’ ମାସରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ କାର୍ଯ୍ୟକାଳ ୨୦୧୯ ମସିହାରେ ହୋଇଥିଲା । ତେବେ ୧ ଜୁନ୍ ୨୦୨୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ଦାମ୍ ୧୧୦୩ ଟଙ୍କା ରହିଥିଲା । ଇଣ୍ଡିଆନ୍ ଅଏଲର ରେକର୍ଡ ଅନୁସାରେ, ୨୦୧୪ ମେ ୧ ତାରିଖରେ ବିନା ସବସିଡିରେ ଏହି ସିଲିଣ୍ଡର ୯୨୮.୫୦ ଟଙ୍କାରେ ବିକ୍ରି ହେଉଥିଲା । ଅର୍ଥାତ୍ ୧ ବର୍ଷ ମଧ୍ୟରେ ୧୨୫ ଟଙ୍କା ଶସ୍ତା ହୋଇଥିଲା ଏଲପିଜି ସିଲିଣ୍ଡର ।

୨୦୧୯ରେ ଦିଲ୍ଲୀରେ ଘରୋଇ ସିଲିଣ୍ଡର ଶସ୍ତା ହୋଇ ୭୧୨.୫୦ ଟଙ୍କାରେ ପହଞ୍ଚିଥିଲା । ସେହିପରି ଦ୍ୱିତୀୟ କାର୍ଯ୍ୟକାଳରେ ଏହାର ଦାମ୍ ପୁଣିଥରେ ୧୧୦୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ଏହା ୮୦୩.୫୦ ଟଙ୍କା ରହିଛି । ତେବେ ୨୦୨୨ ମାର୍ଚ୍ଚ ୨୨ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି ପାଇ ୯୪୯.୫୦ ଟଙ୍କା ଏବଂ ମେ’ ମାସରେ ୧୦୦୦ ଟଙ୍କାରେ ପହଞ୍ଚିଛି । ସେହିପରି ମାର୍ଚ୍ଚ ୨୦୨୩ରେ ସିଲିଣ୍ଡରର ଦାମ୍ ୧୧୦୩ ଟଙ୍କାକୁ ପହଞ୍ଚିଥିବା ବେଳେ ଅଗଷ୍ଟ ୩୦ ତାରିଖରେ ୨୦୦ ଟଙ୍କା କମ୍ ହୋଇ ୯୦୩ରେ ରହିଥିଲା । ତେବେ ମାର୍ଚ୍ଚ ୯, ୨୦୨୪ ତାରିଖରେ ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଆସନ୍ତା ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ଏଲପିଜି ସିଲିଣ୍ଡରର ଦାମ୍ ପରିବର୍ତ୍ତନକ ନେଇ ଆକଳନ କରାଯାଉଛି । ତେବେ ବତ୍ତମାନ ସୁଦ୍ଧା ଏ ନେଇ କୌଣସି ରିପୋର୍ଟ ମିଳି ନଥିବା ବେଳେ ଗ୍ରାହକଙ୍କୁ କେଉଁ ପ୍ରକାର ପରିଣାମ ମିଳିବ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.