fbpx

IPL-2024 Champion ହେଲା କୋଲକାତା: କେତେ ମିଳିଲା Prize Money? ଦେଖନ୍ତୁ କାହାକୁ ମିଳିଲା କେଉଁ Awards…

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଫାଇନାଲ ଫାଇଟରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ ଦେଇ ଚମ୍ପିଆନ୍ ସାଜିଛି କୋଲକାତା ନାଇଟ ରାଇଡର୍ସ । ଏହି ବିଜୟ ସହ କୋଲକାତା ଆଇପିଏଲ ଇତିହାସରେ ତୃତୀୟ ଥର ପାଇଁ ଏହି ଟ୍ରଫି ନିଜର କରିଛି । ୧୦ ବର୍ଷ ପରେ ଶ୍ରେୟସ ଆୟରଙ୍କ ନେତୃତ୍ୱରେ କୋଲକାତା ପୁଣିଥରେ ଚମ୍ପିଆନ୍ ମୁକୁଟ ପିନ୍ଧିଛି । ଅନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନର ସବୁଠୁ ସଫଳ ଅଧିନାୟକ ପ୍ୟାଟ କମିନ୍ସଙ୍କ ସେନାକୁ ଚକମା ଦେଇ ଶ୍ରେୟସ କୋଲକାତାକୁ ଚମ୍ପିଆନ୍ କରାଇଛନ୍ତି । ତେବେ ଆଇପିଏଲ ଚମ୍ପିଆନ୍ କୋଲକାତାକୁ କେତେ ଟଙ୍କା ପ୍ରାଇଜ ମନି ମିଳିଲା ଏବହ ରନର୍ସ ଅପ୍ ଭାବରେ ହାଇଦ୍ରବାଦକୁ କେତେ ଟଙ୍କାର ପ୍ରାଇଜ ମିଳିଛି । ଏହାବ୍ୟତୀତ ଆଇପିଏଲରେ କେଉଁ ଖେଳାଳିଙ୍କୁ କେଉଁ ଆୱାର୍ଡ ପଦାନ କରାଯାଇଛି ଆସନ୍ତୁ ନଜର ପକାଇବା ।

ଆଇପିଏଲର ଫାଇନାଲ ମ୍ୟାଚରେ ଅନେକ ଆୱାର୍ଡ ପ୍ରଦାନ କରାଯାଇଛି । ତେବେ ପ୍ରଥମେ କୋଲକାତା ନାଇଟ ରାଇଡର୍ସ ଚମ୍ପିଆନ୍ ସାଜିଥିବା ବେଳେ ଦଳକୁ ଚେକ୍ ଏବଂ ମେଡାଲ ପ୍ରଦାନ କରାଯାଇଛି । ଏହାପରେ ସନରାଇଜର୍ସ ହାଇଦ୍ରାବାଦ ରନର୍ସ ଅପ୍ ରହିଛି । ତେବେ ବିଜୟୀ ଦଳ କୋଲକାତାକୁ ୨୦ କୋଟି ଟଙ୍କା ମିଳିଥିବା ବେଳେ ରନର୍ସ ଅପ ହାଇଦ୍ରାବାଦକୁ ୧୨.୫ କୋଟି ଟଙ୍କା ଦିଆଯାଇଛି । ଏହାବ୍ୟତୀତ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ସିଜନରେ ସର୍ବାଧିକ ୭୪୧ ରନ୍ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ସେହିପରି ପଞ୍ଜାବ କିଙ୍ଗସର ଷ୍ଟାର ବୋଲର ହର୍ଷଲ ପଟେଲ ୨୪ ୱିକେଟ ସହ ପର୍ପଲ କ୍ୟାପ୍ ନିଜର କରିଛନ୍ତି । ତେବେ ମୁମ୍ବାଇ ଇଣ୍ଡିଆନ୍ସର ନୀତିଶ କୁମାର ରେଡ୍ଡୀ(୨୧ ବର୍ଷ)ଙ୍କୁ ସିଜନର ଇମିର୍ଜଂ ପ୍ଲେୟର ଭାବରେ ପୁରସ୍କୃତ କରାଯାଇଛି ।

ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ: IPL-2024 Awards

  • ଚମ୍ପିଆନ୍: କେଲକାତା ନାଇଟ ରାଇଡର୍ସ- ୨୦ କୋଟି
  • ରନର୍ସ ଅପ୍- ସନରାଇଜର୍ସ ହାଇଦ୍ରାବାଦ- ୧୨.୫ କୋଟି
  • ଇମର୍ଜିଂ ପ୍ଲେୟର ଅଫ୍ ଦ ସିଜନ- ନୀତିଶ କୁମାର ରେଡ୍ଡୀ- ୧୦ ଲକ୍ଷ
  • ଅରେଞ୍ଜ କ୍ୟାପ୍- ବିରାଟ କୋହଲି- ୧୦ ଲକ୍ଷ
  • ପର୍ପଲ କ୍ୟାପ୍- ହର୍ଷଲ ପଟେଲ- ୧୦ ଲକ୍ଷ
  • ସୁପର ଷ୍ଟ୍ରାଇକର ଅଫ୍ ଦ ସିଜନ- ଜ୍ୟାକ୍ ଫ୍ରାଜର ମ୍ୟାକଗ୍ରେକ- ୧୦ ଲକ୍ଷ
  • ଅଲ୍ଟିମେଟ ଫାଣ୍ଟାସି ପ୍ଲେୟର- ସୁନୀଲ ନାରାୟଣ- ୧୦ ଲକ୍ଷ
  • ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର- ସୁନୀଲ ନାରାୟଣ- ୧୦ ଲକ୍ଷ
  • ମୋଷ୍ଟ ସିକ୍ସ ଅଫ୍ ଦ ସିଜନ- ଅଭିଷେକ ଶର୍ମା- ୧୦ ଲକ୍ଷ
  • ମୋଷ୍ଟ ଫୋର୍ସ ଅଫ୍ ଦ ସିଜନ- ଟ୍ରାଭିସ ହେଡ- ୧୦ ଲକ୍ଷ
  • କ୍ୟାଚ ଅଫ ଦ ସିଜନ- ରମନଦୀପ ସିଂହ- ୧୦ ଲକ୍ଷ
  • ବେଷ୍ଟ ପିଚ୍ ଆଣ୍ଡ ଗ୍ରାଉଣ୍ଡ ଅଫ୍ ଦ ସିଜନ- ରାଜୀବ ଗାନ୍ଧୀ ଇଣ୍ଟରନେସନାଲ ଷ୍ଟାଡିୟମ- ୫୦ ଲକ୍ଷ
  • ଫେୟାରପ୍ଲେ ଆୱାର୍ଡ- ସନରାଇଜର୍ସ ହାଇଦ୍ରାବାଦ- ୧୦ ଲକ୍ଷ

ମ୍ୟାଚ୍ ଆୱାର୍ଡ: Final Match Awards

  • ପ୍ଲେୟର ଅଫ୍ ଦ ମ୍ୟାଚ- ମିଚେଲ ଷ୍ଟାର୍କ- ୫ ଲକ୍ଷ
  • ଅଲ୍ଟିମେଟ ଫାଣ୍ଟାସି ପ୍ଲେୟର ଅଫ ଦ ମ୍ୟାଚ- ଭେଙ୍କଟେଶ ଆୟର- ୧ ଲକ୍ଷ
  • ଇଲେକ୍ଟ୍ରିକ ଷ୍ଟ୍ରାଇକର ଅଫ ଦ ମ୍ୟାଚ- ଭେଙ୍କଟେଶ ଆୟର- ୧ ଲକ୍ଷ
  • ଗ୍ରୀନ ଡଟ୍ ବଲ ଅଫ୍ ଦ ମ୍ୟାଚ- ହର୍ଷିତ ରାଣା- ୧ ଲକ୍ଷ
  • ମୋଷ୍ଟ ଫୋର୍ସ ଅଫ୍ ଦ ମ୍ୟାଚ- ରହମାନୁଲ୍ଲାହ ଗୁରବାଜ- ୧ ଲ୪
  • ମୋଷ୍ଟ ସିକ୍ସ ଅଫ୍ ଦ ମ୍ୟାଚ- ଭେଙ୍କଟେଶ ଆୟର- ୧ ଲକ୍ଷ

Get real time updates directly on you device, subscribe now.