fbpx

ଓଡ଼ିଶାକୁ ‘ୱାର୍ଲ୍ଡ ନୋ ଟବାକୋ ଡେ’ ଆୱାର୍ଡ : ଦେଶର ପ୍ରଥମ ରାଜ୍ୟ ଭାବେ…

AAKASH

ଭୁବନେଶ୍ୱର: ଆନ୍ତର୍ଜାତିକ କ୍ଷେତ୍ରରେ ତମାଖୁ ବର୍ଜନ ପାଇଁ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଓଡ଼ିଶାକୁ ‘ୱାର୍ଲ୍ଡ ନୋ ଟବାକୋ ଡେ’ ଆୱାର୍ଡ-୨୦୨୪ ପୁରସ୍କାର ଘୋଷଣା କରିଛି । ତମାଖୁମୁକ୍ତ ଗାଁ ଅଭିଯାନ ପାଇଁ ଜାତୀୟ ସ୍ତରରେ ଓଡ଼ିଶା ପୂର୍ବରୁ ସମ୍ମାନ ପାଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ତମାଖୁମୁକ୍ତ ଗାଁ ଅଭିଯାନ ଆରମ୍ଭ କରିଥିଲା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେକ୍ଷଣ-୫ ରିପୋର୍ଟ ଅନୁସାରେ ଦେଶରେ ୫୧ ଦଶମିକ ୬ ପ୍ରତିଶତ ପୁରୁଷ ଏବଂ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରିଥାନ୍ତି ।

ତମାଖୁ ସେବନ ଆମ ରାଜ୍ୟ ତଥା ଦେଶ ପାଇଁ ସାଂଘାତିକ ମହାମାରୀ ରୂପେ ଉଭା ହୋଇଛି । ତମାଖୁ ସେବନ ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗ ଏବଂ ଅନେକ ଦୂରାରୋଗ୍ୟ ବ୍ୟାଧି ଜାତ ହୋଇଥାଏ । ଏହା ଦ୍ୱାରା ଲୋକମାନଙ୍କର ଆର୍ଥିକ ପରିସ୍ଥିତି ମଧ୍ୟ ଦୁର୍ବଳ ହୋଇଥାଏ । ତମାଖୁ ସେବନ ହେତୁ ଆମ ଦେଶରେ ପ୍ରତିଦିନ ପ୍ରାୟ ୨୨୦୦ ରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି ।

ବର୍ଷକୁ ପାଖାପାଖି ୮ ଲକ୍ଷ ଭାରତୀୟ ତମାଖୁ ଜନିତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁର ଶିକାର ହୋଇଥାଆନ୍ତି ଯାହାକି ଏଡସ୍ , ଟି.ବି ଏବଂ ମ୍ୟାଲେରିଆର ମିଳିତ ମୃତ୍ୟୁ ଠାରୁ ଅଧିକ । କର୍କଟ ରୋଗରେ ମୃତ୍ୟୁ ବରଣ କରୁଥିବା ଶତକଡା ୪୦ ଭାଗ ରୋଗୀ ତମାଖୁ ସେବନ କରିଥାଆନ୍ତି ଏବଂ ଶତକଡା ୧୫ ଭାଗ ଲୋକ ମୁଖଗହ୍ୱର କର୍କଟ ରୋଗ ତମାଖୁ ସେବନ ଜନିତ ଅଟେ । ତମାଖୁ ସେବନ ମଧ୍ୟ ପକ୍ଷାଘାତ , ହୃଦ୍ଘାତ , ଫୁସ୍ଫୁସ୍ ଜନିତ ରୋଗ ଏବଂ କର୍କଟ ଆଦି ସାଂଘାତିକ ଓ ଭୟାବହ ରୋଗମାନଙ୍କର କାରଣ ଅଟେ ।

Get real time updates directly on you device, subscribe now.