fbpx

Bog Breaking; ବରମୁଣ୍ଡାରେ ବୋମାମାଡ଼: ପୂର୍ବ ଶତୃତାରୁ ସ୍କର୍ପିଓ ଉପରକୁ ଆଟାକ୍

AAKASH

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ବୋମାମାଡ଼ ହୋଇଛି । ରାସ୍ତା ମଝିରେ ସ୍କର୍ପିଓ ଉପରକୁ ବୋମାମାଡ଼ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଇପିକଲ ରାସ୍ତାରେ ସ୍କର୍ପିଓ କାର୍ ଉପରକୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଡ଼ି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ବୋମାମାଡ଼ ହୋଇଥିବା ଜାଣିବାକୁ ମିଳିଛି । ବୋମାମାଡ଼ରେ ସ୍କର୍ପିଓ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ତେବେ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି ।

Get real time updates directly on you device, subscribe now.