fbpx

ଯୁକ୍ତ ଦୁଇ ପୁନଃ ମୂଲ୍ୟାଙ୍କନ ପାଇଁ ଏହି ତାରିଖରେ ବାହାରିବ ବିଜ୍ଞପ୍ତି , ଜାଣନ୍ତୁ କେବେ ହେବ ଇନ୍‍ଷ୍ଟାଣ୍ଟ ପରୀକ୍ଷା ?

AAKASH

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଉତ୍ତରଖାତାର ପୁନଃ ମୂଲ୍ୟାଙ୍କନ ପାଇଁ ଆସନ୍ତା ଜୁନ୍‍ ପହିଲା ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ୧ ତାରିଖରୁ ପରୀକ୍ଷାଖାତାର ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଜୁନ୍‍ ମାସ ଶେଷ ସପ୍ତାହରେ ବାର୍ଷିକ ଇନ୍‍ଷ୍ଟାଣ୍ଟ ପରୀକ୍ଷା ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଅକୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ପୁଣିଥରେ ସୁଯୋଗ ଦେବାପାଇଁ ପରିଷଦ ତରଫରୁ ଏହିପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେସର୍ବାଧିକ ୭୯୮ଜଣ ଫେଲ୍‍ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ସବୁଠାରୁ କମ୍‍ ୯୧ଜଣ ଫେଲ୍‍ ହୋଇଛନ୍ତି ।

ସେହିଭଳି ଚଳିତମାସ ୨୯ ତାରିଖରୁ ଜୁନ୍‍ ମାସ ୧୨ ତାରିଖ ମଧ୍ୟରେ ୧୫ ଦିନ ଧରି ମେଟ୍ରିକ ପରୀକ୍ଷା ଖାତାର ରି-ଚେକିଂ ଅନ୍‍ଲାଇନ୍‍ ମାଧ୍ୟମରେ କରାଯାଇପାରିବ ବୋଲି ବୋର୍ଡ ତରଫରୁ କୁହାଯାଇଛି । ମୁକ୍ତ ବିଦ୍ୟାଳୟ, ସାର୍ଟିଫିକେଟ ପରୀକ୍ଷା ଏବଂ ମଧ୍ୟମା ଛାତ୍ରଛାତ୍ରୀମାନେ ଅଫ୍‍ଲାଇନ୍‍ ମାଧ୍ୟମରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ଆଞ୍ଚଳିକ କାର୍ଯ୍ୟାଳୟରେ ଆବେଦନ କରିପାରିବେ ।

Get real time updates directly on you device, subscribe now.