fbpx
BJD
BJD SKY
BJD SKY

ଇଣ୍ଟରନାସନାଲ ନମ୍ବରରେ NRI କରିପାରିବେ ୟୁପିଆଇ ପେମେଣ୍ଟ, ICICI ବ୍ୟାଙ୍କ ଆରମ୍ଭ କଲା ଏହି ସୁବିଧା

ନୂଆଦିଲ୍ଲୀ:ଭାରତ ନିଜ ୟୁପିଆଇ ସେବାକୁ ସାରା ଦୁନିଆରେ ପ୍ରସାରିତ କରିବା ଲାଗି ପ୍ରୟାସ ଜାରି ରଖିଛି । ଅନେକ ଦେଶ ସହ ଏହି ସମ୍ବନ୍ଧରେ ବୁଝାମଣା ବି ହୋଇସାରିଛି । ଏହା ବ୍ୟତୀତ ଅନେକ ଦେଶ ୟୁପିଆଇ ସର୍ଭିସକୁ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି । ତେବେ ବିଦେଶରେ ଥିବା ଭାରତୀୟମାନଙ୍କ ପାଇଁ ଏହି ସେବା ଉପଲବ୍ଧ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ଏକ ପଦକ୍ଷେପ ନେଇଛି । ଆଇସିଆଇସିଆଇ ବ୍ୟାଙ୍କର ଏନଆରଆଇ କଷ୍ଟମର୍ସ ଏବେ ନିଜ ଇଣ୍ଟରନାସନାଲ ମୋବାଇଲ ନମ୍ବରର ବ୍ୟବହାର ଭାରତରେ ୟୁପିଆଇ ପେମେଣ୍ଟ ପାଇଁ କରିପାରିବେ ।

ଆଇସିଆଇସିଆଇ ବ୍ୟାଙ୍କ ସୋମବାର ଦିନ କହିଛି ଯେ, ଏନଆରଆଇ କଷ୍ଟମର ଏବେ ସହଜରେ ବିଜୁଳି ଏବଂ ପାଣି ପରି ୟୁଟିଲିଟି ବିଲ ପେମେଣ୍ଟ କରିପାରିବେ । ଏଥିସହ ମର୍ଚେଣ୍ଟ ଏବଂ ଇକମର୍ସ ଟ୍ରାଞ୍ଜାକ୍ସନ ମଧ୍ୟ କରିପାରିବେ । ଏଥିପାଇଁ ସେମାନେ ଆଇସିଆଇସିଆଇ ବ୍ୟାଙ୍କର ଏନଆରଇ ଏବଂ ଏନଆରଓ ଆକାଉଁଣ୍ଟରେ ରେଜିଷ୍ଟର ଇଣ୍ଟରନେସନାଲ ବ୍ୟାଙ୍କ ନମ୍ବରର ବ୍ୟବହାର କରିପାରିବେ । ବ୍ୟାଙ୍କ ଏହି ସର୍ଭିସ ନିଜ ମୋବାଇଲ ବ୍ୟାଙ୍କିଙ୍ଗ ଆପ ଆଇମୋବାଇଲ ପେ ଜରିଆରେ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଏନଆରଆଇକୁ ଭାରତୀୟ ମୋବାଇଲ ନମ୍ବର ୟୁପିଆଇ ପେମେଣ୍ଟ ପାଇଁ ରେଜିଷ୍ଟର କରିବାକୁ ଥିଲା ।

Get real time updates directly on you device, subscribe now.