fbpx
BJD
BJD SKY
BJD SKY

ଖରା ଦିନେ ସପ୍ତାହେ ପର୍ଯ୍ୟନ୍ତ ତାଜା ରହିବ କଞ୍ଚା ଲଙ୍କା, ଆପଣାନ୍ତୁ ଏହି ସହଜ ଉପାୟ

BJD

ଓଡ଼ିଶା ଭାସ୍କର: ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ଲଙ୍କା ଦେଖିବାକୁ ମିଳିଥାଏ । ଲଙ୍କା ବିନା ଯେପରି ଖାଦ୍ୟ ଫିକା ପଡ଼ିଯାଏ । ଡାଲି ଛୁଙ୍କ ଦେବା, ଖଟା, ଆଚାର, ଚଟଣୀ, ତରକାରୀ ଇତ୍ୟାଦିରେ ଲଙ୍କାର ବ୍ୟବହାର ହୋଇଥାଏ । ବିଶେଷ କରି କଞ୍ଚା ଲଙ୍କାର ବାସ୍ନା ଏବଂ ରାଗ ଖାଦ୍ୟର ସ୍ୱାଦ ବୃଦ୍ଧି କରିଥାଏ । କିନ୍ତୁ ଖରା ଦିନେ ଲଙ୍କା ଶୀଘ୍ର ଶୁଖିଯାଏ କିମ୍ବା ନଷ୍ଟ ହେଇଥାଏ । ଫଳରେ ଏହାକୁ ଫୋପାଡ଼ିବା ବ୍ୟତୀତ କୌଣସି ଉପାୟ ନଥାଏ । ଚିନ୍ତା କରନ୍ତୁ ନାହିଁ । ନିମ୍ନଲିଖିତ ଉପାୟ ଆପଣାଇବା ଦ୍ୱାରା ସପ୍ତାହେ ପର୍ଯ୍ୟନ୍ତ କଞ୍ଚା ଲଙ୍କା ନଷ୍ଟ ହୋଇନଥାଏ ।

୧. ପ୍ରଥମେ କଞ୍ଚା ଲଙ୍କାକୁ ଭଲ ଭାବରେ ଧୁଅନ୍ତୁ । ଏହା ପରେ ଲଙ୍କାର ମୁଣ୍ଡ ଅଂଶ ଟିକିଏ କାଟି ଦିଅନ୍ତୁ । ମନେ ରଖନ୍ତୁ ଅଧିକ କାଟିବେ ନାହିଁ । ଏପରି କଲେ ଲଙ୍କାର ଆଦ୍ରତା ବଜାୟ ରହିଥାଏ ଏବଂ ଶୀଘ୍ର ନଷ୍ଟ ହୁଏ ନାହିଁ ।

୨. ଲଙ୍କା କାଟିବା ପରେ ସଫା କଟନ୍ ତଉଲିଆ କିମ୍ବା କାଗଜ ମାଧ୍ୟମରେ ଅତିରିକ୍ତ ପାଣି ବାହାର କରିଦିଅନ୍ତୁ ।

୩. ଏହା ପରେ ଲଙ୍କା ଗୁଡ଼ିକୁ ଏକ ଏୟାର ଟାଇଟ୍ ଡବାରେ ଭଲ ଭାବେ ବନ୍ଦ କରି ଫ୍ରିଜରେ ରଖି ଦିଅନ୍ତୁ । ଏହା ଦ୍ୱାରା ଅଧିକ ଦିନ ପର୍ଯ୍ୟନ୍ତ କଞ୍ଚା ଲଙ୍କା ସତେଜ ରହିଥାଏ । ମନେ ରଖିବା ଡବାରେ ଟିସୁ୍ୟ ପେପର ଦେଇ ଲଙ୍କା ରଖିପାରିବେ ।

ଏହା ବ୍ୟତୀତ ଝୋଟ ବା ଜୁଟ୍ ବସ୍ତା/ ବ୍ୟାଗରେ ମଧ୍ୟ ଲଙ୍କା ଦୀର୍ଘ ଦିନ ପର୍ଯ୍ୟନ୍ତ ସାଇତି ରଖିପାରିବେ । ଗୋଟିଏ ଛୋଟ ଝୋଟ ବ୍ୟାଗକୁ ପାଣିରେ ହାଲୁକା ଓଦା କରି ସବୁବେଳେ ପବନ ପ୍ରବାହିତ ହେଉଥିବା ସ୍ଥାନରେ ରଖି ଦିଅନ୍ତୁ । ସେହିପରି ଏକ ଅନ୍ଧାର କକ୍ଷରେ ସୂତା କପଡ଼ା ଉପରେ କଞ୍ଚା ଲଙ୍କା ରଖନ୍ତୁ । ପ୍ରତି ଦିନ ସକାଳ ସନ୍ଧ୍ୟା ହାଲୁକା ପାଣି ଛିଞ୍ଚି ପାରିବେ । ଏହା ଦ୍ୱାରା କିଛି ଦିନ ପର୍ଯ୍ୟନ୍ତ ଲଙ୍କା ସତେଜ ରହିଥାଏ ।

 

 

Get real time updates directly on you device, subscribe now.