fbpx
BSKY
BJD MC SKY
BJD YOUTH SKY

(Video) ଅଶାନ୍ତ ହେଲାଣି ସମୁଦ୍ର ! ସତ ହେବ କି ମାଳିକା ବଚନ? ପାଣିରେ ବୁଡ଼ିଯିବ ସବୁକିଛି: ଓଡିଶା ପାଇଁ ବଡ଼ ବିପଦ…

ଓଡ଼ିଶା ଭାସ୍କର: ବଡ଼ ବିପଦକୁ ନେଇ ଆଗୁଆ ସତର୍କ କଲାଣି ପାଣିପାଗ ବିଭାଗ! ବଙ୍ଗୋପସାଗରରେ ମାଡି ଆସୁଛି ସୁନାମୀ । ଓଡିଶା ଉପରେ ପଡିପାରେ ପ୍ରଭାବ । ଯାହାକୁ ନେଇ ଉପକୂଳିଆ ଲୋକଙ୍କ ମନରେ ଛନକା ପଶିଲାଣି! ଏପଟେ ମାଡି ଆସୁଥିବା ଝଡ ତୋଫାନ ଡରାୁଥିବା ବେଳେ ସେପଟେ ସୁନାମୀର ତାଣ୍ଡବ ଦେଖିବେ ଓଡିଶାବାସୀ ! ଯାହାକୁ ନେଇ ହାଇଆଲର୍ଟରେ ରହିଛି ଏହି ଜିଲ୍ଲା !

କାଳବୈଶାଖୀ ବର୍ଷା ଆଗରୁ ଦେଖାଗଲାଣି ସୁନାମୀ ଭୟ । ଯେଉଁଥିପାଇଁ ଏବେଠୁ ସତର୍କ ସୂଚନା ଜାରି କରାଯାଇଛି । ଗୋଟିଏ ପଟେ ୫ ଦିନର କାଳବୈଶାଖୀ ଝଡ ତୋଫାନକୁ ନେଇ ଲୋକେ ଭୟଭୀତ ଥିବା ବେଳେ ବଙ୍ଗୋପସାଗରରେ ସୁନାମି ଆସିବା ନେଇ ଏଭଳି କିଛି ଖବର ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ବେଳେ ପାଣିପାଗକୁ ନେଇ ଆସିଛି ତାଜା ଅପଡେଟ୍ । ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ସବୁଠି ତାତି ରେକର୍ଡ ଭାଙ୍ଗିବାରେ ଲାଗିଛି । ଏହାରି ଭିତରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣିବ ବୋଲି ଖବର ମିଳିଛି । ଆସନ୍ତାକାଲିଠୁ ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ଆସି ପହଞ୍ଚିଛି । ବଙ୍ଗୋପସାଗରରେ ମାଡ଼ି ଆସୁଛି ସୁନାମି । ଯାହାକୁ ନେଇ ଏବେ ସବୁଠୁ ଆଲୋଚନା ଚାଲିଛି । ପାଣିପାଗ ବିଭାଗ ମଧ୍ୟ ସତର୍କ କରାଯାଇଛି ।

ବର୍ତ୍ତମାନ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ ୧.୦୫ ମିଟର ପର୍ଯ୍ୟନ୍ତ ଉଚ୍ଚ ଜୁଆର ଆସିପାରେ । ଏହା ସୁନାମି ଭଳି ହେବାର ସମ୍ଭାବନା ରହିଛି । ଏଥିସହିତ କାଳବୈଶାଖି ପବନ ଘଣ୍ଟା ପ୍ରତି ୫୦ ରୁ ୬୦ କିମି ବେଗରେ ବହିପାରେ । ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ରବିବାର ପାରାଦୀପ ମାଛଧରା ବନ୍ଦର ପରିସରରେ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି ।

 

Get real time updates directly on you device, subscribe now.