fbpx

ପିଲାଙ୍କୁ ଜୋରରେ ଗୀତ ବାଜୁଥିବା ସ୍ଥାନ କିମ୍ବା ସିନେମା ହଲକୁ ନେବା ଉଚିତ୍ କି? ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

AAKASH

ଓଡ଼ିଶା ଭାସ୍କର: ପ୍ରାୟତଃ ଅଧିକ ସାଉଣ୍ଡ ହେଉଥିବା ସ୍ଥାନ ବା ସିନେମା ହଲକୁ ଆପଣ ପିଲାମାନଙ୍କୁ ନେଇ ଯାଉଥିବେ । ତେବେ ଏହା ସଠିକ୍ କି? ଆସନ୍ତୁ ଜାଣିବା ଏକ୍ସପର୍ଟଙ୍କ ରାୟ ଏବଂ ଏହା ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସଠିକ୍ କି ନୁହେଁ..

ଅଧିକ ଶବ୍ଦରେ ଶିଶୁ ଚାପ ଏବଂ ଚିଡଚିଡ ହୋଇପାରନ୍ତି । ଏଥିରେ ତାଙ୍କର ସ୍ୱଭାବ ମଧ୍ୟ ପ୍ରଭାବିତ ହୋଇଥାଏ । ଏକ୍ସପର୍ଟଙ୍କ କହିବାନୁଯାୟୀ, ଶିଶୁଙ୍କର ଶୁଣିବା କ୍ଷମତା କୋମଳ ହୋଇଥାଏ ଏବଂ ଅଧିକ ଶବ୍ଦ ତାଙ୍କ କାନକୁ କ୍ଷତି ପହଞ୍ଚାଇଥାଏ ।

ଅଧିକ ଶବ୍ଦରେ ଶିଶୁଙ୍କ କାନକୁ କ୍ଷତି ପହଁଚିପାରେ । ଯେଉଁଥିରେ ଶୁଣିବାରେ ଅସୁବିଧା ହୋଇପାରେ । ତାଙ୍କ ଶୁଣିବାର କ୍ଷମତା ଉପରେ ଏହା ଖରାପ ପ୍ରଭାବ ପକାଇପାରେ ।

ଅଧିକ ମ୍ୟୁଜିକ ଏବଂ ପାଟି ତୁଣ୍ଡରେ ଶିଶୁର ମୁଣ୍ଡ ଏବଂ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏଥିରେ ତାଙ୍କ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଏଥିରେ ପିଲାଙ୍କର ମୁଣ୍ଡ ବିନ୍ଧା ହୋଇପାରେ । ଲଗାତାର ଅଧିକ ସାଉଣ୍ଡ ଶୁଣିବା ଦ୍ୱାରା ପିଲାଙ୍କର ବାରମ୍ବାର ମୁଣ୍ଡ ବିନ୍ଧା ହୋଇପାରେ ।

ଅଧିକ ଶବ୍ଦରେ ପିଲାଙ୍କ ନୀଦ ଖରାପ ହୋଇଥାଏ । ଏଥିରେ ତାଙ୍କ ନୀଦ ସଂପୁର୍ଣ୍ଣ ହୋଇନଥାଏ ଏବଂ ସେମାନଙ୍କର ବିକାଶ ପ୍ରଭାବିତ ହୋଇଥାଏ ।

Get real time updates directly on you device, subscribe now.