fbpx

ତାଣ୍ଡବ ଆରମ୍ଭ କଲାଣି ‘ରେମାଲ’: ୧୩୫ କି.ମି ବେଗରେ ପବନ, ଉପକୂଳ ଅତିକ୍ରମ କଲା ବାତ୍ୟା

AAKASH

ନୂଆଦିଲ୍ଲୀ: ଭୀଷଣ ବାତ୍ୟା ରେମାଲ ଏବେ ଉପକୂଳ ଅତିକ୍ରମ କରିସାରିଛି । ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ତାଣ୍ଡବ ରଚୁଛି ଏହି ଭୀଷଣ ବାତ୍ୟା । ସମୁଦ୍ର ଅଶାନ୍ତ ହେବା ସହିତ ପବନର ବେଗ ବି ବଢିବାରେ ଲାଗିଛି । ଘଣ୍ଟାପ୍ରତି ପ୍ରାୟ ୧୩୫ କି.ମି ବେଗରେ ପବନ ବହୁଥିବା ବେଳେ ପଶ୍ଚିମବଙ୍ଗରେ ବିଭିନ୍ନ କ୍ଷୟକ୍ଷତି ହୋଇଥିବା ରେକର୍ଡ ହୋଇଛି । ରେମାଲ ପ୍ରଭାବରେ ପ୍ରବଳ ବର୍ଷା ଏବଂ ପବନ ଲାଗି ରହିଛି । ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହି ବାତ୍ୟା ଗତି କରୁଛି । ଆସନ୍ତା ୩ ଘଣ୍ଟା ଭିତରେ ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାର ରୂପ ନେବ । ତେବେ ପଶ୍ଚିମବଙ୍ଗରେ ବାତ୍ୟାର ପ୍ରଭାବ ଖୁବ ଅଧିକ ରହିଥିବା ଦେଖାଯାଉଛି ।

Get real time updates directly on you device, subscribe now.