fbpx
BSKY SKY
BSKY SKY

ମୃତ୍ୟୁ ପରେ ବି ଅମର ହେଲେ ୧୬ ବର୍ଷୀୟ ଛାତ୍ର: ନିଜେ ଦୁନିଆରୁ ବିଦାୟ ନେଲେ, ୬ ଜଣଙ୍କୁ ଦେଲେ ନୂଆ ଜୀବନ

BSKY

ନୂଆଦିଲ୍ଲୀ: ଜଣେ ୧୬ ବର୍ଷୀୟ ଛାତ୍ରଙ୍କୁ ନେଇ ଆଜି ସମସ୍ତେ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖିଥିଲେ ବି ଜଣେ ଛାତ୍ର ଏ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ମୃତ୍ୟୁ ପରେ ବି ସେ ସବୁଦିନ ପାଇଁ ଅମର ହୋଇ ଯାଇଛନ୍ତି । ନିଜେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ମଧ୍ୟ ୬ ଜଣଙ୍କ ନୂଆ ଜୀବନ ଦେବାରେ ସହାୟକ ହୋଇପାରିଛନ୍ତି ଏହି ଛାତ୍ର ଜଣଙ୍କ ।

ସୂଚନା ମୁତାବକ, ନିକଟରେ ଘୋଷିତ ହୋଇଥିବା କେରଳ ଦଶମ ବୋର୍ଡ ପରୀକ୍ଷାର ସମସ୍ତ ବିଷୟରେ ୧୬ ବର୍ଷୀୟ ସାରଙ୍ଗ ଏ’ ପ୍ଲସ ସ୍କୋର କରିଥିଲେ । ବିନା ଗ୍ରେସ ମାର୍କରେ ସାରଙ୍ଗ ଏହି କୃତିତ୍ୱ ଅର୍ଜନ କରିଥିବା ରାଜ୍ୟ ଶିକ୍ଷା ମନ୍ତ୍ରୀ କହିଛନ୍ତି । ତେବେ ଏଭଳି ଜଣେ ମେଧାବୀ ଛାତ୍ରଙ୍କୁ ହରାଇ ତାଙ୍କର ପିତାମାତା ସତେ ଯେମିତି ମୁକ ପାଲଟି ଯାଇଛନ୍ତି । ଦ୍ୱିପ୍ରହର ପାଖାପାଖି ୩.୩୦ ସମୟରେ ସାରଙ୍ଗ ରାସ୍ତାରେ ଏକ ଅଟୋ ରିକ୍ସାରେ ଯାଉଥିଲେ ।

ମାତ୍ର ଏହି ସମୟରେ ଅନ୍ୟ ଏକ ଗାଡ଼ି ଅଚାନକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ବିଜୁଳି ଖୁଣ୍ଟରେ ମାଡ଼ ହୋଇ ରାସ୍ତାରେ ଓଲଟି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ ସାରଙ୍ଗ ଗୁରୁତର ହୋଇଥିବା ବେଳେ ବ୍ରେନ ଡେଡ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ନିଜର ପୁଅର ମୃତ୍ୟୁ ପରେ ବି ପିତାମାତା ଧୈର୍ଯ୍ୟ ନହରାଇ ଅନ୍ୟ କିଛି ଲୋକଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସେମାନେ ସାରଙ୍ଗଙ୍କ ଅଙ୍ଗକୁ ଦାନ କରିଥିଲେ । ସାରଙ୍ଗ ଦୁଇଟି କିଡନୀ, ଲିଭର, ହାର୍ଟ ବଲବ ଓ ଦୁଇଟି କଣ୍ଣିଆ ଦାନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.