fbpx
BJD
BJD SKY
BJD SKY

ମଙ୍ଗଳବାର ମାଙ୍କଡ଼ଙ୍କୁ ଦିଅନ୍ତୁ ଏହି ଜିନିଷ, ଦୂରେଇ ଯିବ ଆର୍ଥିକ ସଂକଟ ଅଟକିଥିବା କାମରେ ମିଳିବ ସଫଳତା

BJD

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ସପ୍ତାହର ୭ଟି ଦିନ ବିଶେଷ ଦେବୀ ଦେବତାଙ୍କୁ ସମର୍ପିତ । ମଙ୍ଗଳବାର ଦିନ ସଙ୍କଟ ମୋଚନ ହନୁମାନଙ୍କୁ ସମର୍ପିତ । ଏହି ଦିନ ପବିତ୍ର ମନରେ ପ୍ରଭୁଙ୍କ ବ୍ରତ ଏବଂ ପୂଜାର୍ଚ୍ଚନା କଲେ ବଜରଙ୍ଗବଲି ପ୍ରସନ୍ନ ହୋଇଥାନ୍ତି । ପ୍ରଭୁ ଭକ୍ତଙ୍କ ସମସ୍ତ ସଂକଟ ଦୂର କରିବା ସହ ଅଭୟଦାନ ଦେଇଥାନ୍ତି । ଏହା ବ୍ୟତୀତ ମଙ୍ଗଳବାର ଦିନା ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ବଜରଙ୍ଗବଲିଙ୍କ କୃପାଲାଭ ପାଇଁ ଆସନ୍ତୁ ଜାଣିବା ମଙ୍ଗଳବାରେ କେଉଁ ସବୁ ଉପାୟ କରିବା ଉଚିତ ।

୧. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ସକାଳେ ସ୍ନାନାଦି କାର୍ଯ୍ୟ ଶେଷ କରି ହନୁମାନ ମନ୍ଦିର ଯାଆନ୍ତୁ । ବଜରଙ୍ଗବଲିଙ୍କ ସମ୍ମୁଖରେ ଘିଅ ଦୀପ ଜଳାନ୍ତୁ । ପ୍ରଭୁଙ୍କୁ ଚୋଲା ଅର୍ପଣ କରିବା ସହ ଲଡୁର ଭୋଗ ଲଗାନ୍ତୁ । ଏହା ପରେ ଆରାମରେ ବସି ପ୍ରଭୁଙ୍କ ସମ୍ମୁଖରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ଦ୍ୱାରା ବଜରଙ୍ଗବଲି ପ୍ରସନ୍ନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ବାଧା ଶୀଘ୍ର ଦୂର କରିଥାନ୍ତି ।

୨. ଜୀବନରେ ଆର୍ଥିକ ସଂକଟରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଦିନ ମାଙ୍କଡ଼ଙ୍କୁ ଗୁଡ଼, ଚଣା, ଚିନା ବାଦାମ କିମ୍ବା କଦଳୀ ଖାଇବାକୁ ଦିଅନ୍ତୁ । ଯଦି ଏପରି କରିବା ସମ୍ଭବପର ନଥାଏ ତେବେ କୌଣସି ଗରିବଙ୍କୁ ଏହି ସବୁ ଜିନିଷ ଦାନ କରନ୍ତୁ । ନିୟମିତ ଏହି ଉପାୟ ୧୧ଟି ମଙ୍ଗଳବାର କରିବା ଦ୍ୱାରା ଆର୍ଥିକ ସଂକଟରୁ ମୁକ୍ତି ମିଳିଥାଏ ।

୩. ଆପଣଙ୍କ ଘରେ ଛୋଟ ପିଲା ବହୁତ କାନ୍ଦୁଥିଲେ ମଙ୍ଗଳବାର ଦିନ ନୀଳକଣ୍ଠର ପଙ୍ଖ ପିଲାର ସେଜ ତଳେ ରଖିଦିଅନ୍ତୁ । ଏହା ଲାଭଦାୟକ ହୋଇଥାଏ ।

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ରାମ ରକ୍ଷା ସ୍ତୁତିର ପାଠ କରିବା ଦ୍ୱାରା ଭକ୍ତଙ୍କ ଉପରେ ସଙ୍କଟ ମୋଚନଙ୍କ କୃପା ଲାଭ ହୋଇଥାଏ । ଏହା ସହ ଜୀବନରେ ଦେଖାଯାଉଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ।

୫. ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ସନ୍ଧ୍ୟା ସମୟରେ କେୱଡ଼ାର ଅତର ଏବଂ ଗୋଲାପର ମାଳା ଅର୍ପଣ କରନ୍ତୁ ।

୬. ମଙ୍ଗଳବାର ଦିନ ଅଟାରେ କଳା ରାଶି ମିଶାଇ ରୁଟି ତିଆରି କରନ୍ତୁ । ଏହା ପରେ ରାଶି ଏବଂ ଗୁଡ଼ ମିଶାଇ ନଜର ଲାଗିଥିବା ବ୍ୟକ୍ତି କିମ୍ବା ପିଲା ଉପରେ ୭ ଥର ବୁଲେଇ କୌଣସି ମଇଁଷିକୁ ଖାଇବାକୁ ଦିଅନ୍ତୁ । ଏହା ଦ୍ୱାରା କୁଦୃଷ୍ଟି ଦୂରେଇଥାଏ ।

Get real time updates directly on you device, subscribe now.