fbpx

ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଏହି ସମୀକ୍ଷା ବୈଠକ ପରେ ଗୃହ ସଚିବ ସଞ୍ଜୀବ ଚୋପ୍ରା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଢ଼ ଲକ୍ଷ ଲୋକ ବାହାରେ ଅଛନ୍ତି । ସେଥିମଧ୍ୟରୁ ୪୦ହଜାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ । ବର୍ତ୍ତମାନ ସୁଦ୍ଧା କଣ୍ଟ୍ରୋଲ ରୁମକୁ ୫ହଜାର ୨୦୦ କଲ୍ ଆସିଛି । ଶହେରୁ ଅଧିକ ଲୋକ ଯେଉଁଠି ଅଛନ୍ତି ସେଠାରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛୁ । ଲୋକଙ୍କ ପାଖରେ କିଭଳି ଖାଦ୍ୟ, ମେଡ଼ିସିନ କିପରି ପହଞ୍ଚିବ ସେନେଇ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡ଼ାଲ ଅଫିସର ରିପୋର୍ଟ ଦେଉଛନ୍ତି । ସମସ୍ୟା ସମାଧାନ ନହେଲା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି । ଦିଲ୍ଲୀ, ଏନସିଆର, ଗୁଜୁରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଅଛନ୍ତି ।

Get real time updates directly on you device, subscribe now.