fbpx

ସାଙ୍ଘାତିକ ଅବସ୍ଥାରେ କରୋନା: ଏବେ ଯୁବକ, ସୁସ୍ଥ ଓ ଫିଟ୍ ଲୋକେ ମରୁଛନ୍ତି

କରୋନା ଭାଇରସ୍ ଯୋଗୁଁ ଆମେରିକାରେ ୩୧୦୦ରୁ ଅଧିକ ଓ ବ୍ରିଟେନରୁ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଦେଶରେ କରୋନା ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହା ସହ ଇଟାଲୀ ଓ ସ୍ପେନରେ କରୋନା ଦ୍ୱାରା ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ବୟସ୍କ ଓ ଛୋଟ ପିଲାଙ୍କୁ କରୋନା ବେଶୀ ଆକ୍ରାନ୍ତ କରୁଥିବା ବେଳେ ଏବେ ଅନେକ ଯୁବକ, ସୁସ୍ଥ ଓ ଫିଟ୍ ଲୋକ ଏଥିରେ ସଂକ୍ରମିତ ହୋଇ ମରୁଛନ୍ତି ।

କେତେକ ବିଶେଷଜ୍ଞଙ୍କ କହିବା ମୁତାବକ, କରୋନା ଅଧିକ ବୟସ୍କ ଲୋକଙ୍କୁ ଆକ୍ରାନ୍ତ କରୁଛି ବୋଲି କୁହାଯାଇଥିଲା ଯାହାକୁ ଭୁଲ ଉପାୟରେ ଗ୍ରହଣ କରିଥିଲେ ଯୁବପିଢି । ଅନେକ ଦେଶରେ ଯୁବକମାନେ ପ୍ରତିବନ୍ଧନକୁ ନମାନି ପାର୍ଟି ଜାରି ରଖିଲେ । ଫଳରେ କରୋନା ଭାଇରସ୍ ତୀବ୍ର ଭାବେ ସଂକ୍ରମଣ କଲା । ବର୍ତ୍ତମାନ ଅନେକ ମାମଲା ସାମନାକୁ ଆସୁଛି, ଯେଉଁଥିରେ ସୁସ୍ଥ ଯୁବକମାନେ କରୋନାରେ ମୃତ୍ୟୁବରଣ କରୁଛନ୍ତି ।

ଡେଲି ମେଲ ରିପୋର୍ଟ ମୁତାବକ, ଉତ୍ତର ଲଣ୍ଡନରେ ରହୁଥିବା ଏଡମ ହାର୍କିନ୍ସ ବିଲକୁଲ ଠିକ୍ ଥିଲେ । ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା, କିନ୍ତୁ ବର୍ତ୍ତମାନ କରୋନା ମୃତ୍ୟୁରେ ସବୁଠାରୁ କମ୍ ବୟସରେ ଜୀବନ ହରାଇଥିବା ଲୋକଙ୍କ ମଧ୍ୟରେ ତାଙ୍କ ନାଁ ସାମିଲ ହୋଇଛି । ତାଙ୍କୁ କୋମାରେ ରଖାଯାଇଥିଲେ ମଧ୍ୟ ବଞ୍ଚାଇବାରେ ସକ୍ଷମ ହୋଇନଥିଲା ଡାକ୍ତରୀ ଟିମ୍ । ସେହିପରି ଭାରତୀୟ ମୂଳର ପୂଜା ଶର୍ମା ବର୍ମିଂହାସରେ ରହୁଥିଲେ । ମାତ୍ର ୩୩ ବର୍ଷ ବୟସରେ କରୋନାରେ ତାଙ୍କର ଘଟିଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପିତା ସୁଧୀର ଶର୍ମା ମଧ୍ୟ କରୋନାରେ ମୃତ୍ୟୁବରଣ କରିଥିଲେ ।

ତେବେ କରୋନାରେ ସମୁଦାୟ ମୃତ୍ୟୁ ସଂଖ୍ୟାରେ ଅଧିଂକାଶ ବୟସ୍କ ବ୍ୟକ୍ତି ରହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସୁସ୍ଥ ଓ ଯୁବକମାନେ ଏହା କବଳରେ ଆସି ମରୁଛନ୍ତି । ଯେଉଁ ଦେଶରେ ସ୍ୱାସ୍ଥ୍ୟ ସେବା ଭଲ ସେଠାରେ ଅଧିକ ଲୋକ ମରିପାରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Get real time updates directly on you device, subscribe now.