fbpx

୩୦%ଙ୍କୁ ମିଳିଲାଣି ପିଡ଼ିଏସ୍ ସାମଗ୍ରୀ

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): ଲକ୍ ଡାଉନ ପାଇଁ ଏବଂ କରୋନା ସତର୍କତା ନେଇ ହିତାଧିକାରୀଙ୍କ ଘରେ ପିଡ଼ିଏସ ସାମଗ୍ରୀ ପହଞ୍ଚିବା ନେଇ ଘୋଷଣା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପିଡ଼ିଏସ୍ ସାମଗ୍ରୀ ୩୦% ହିତାଧିକାରୀଙ୍କ ପାଖରେ ପହଞ୍ଚିଛି । ୧୦ଦିନ ଭିତରେ ସବୁ ହିତାଧିକାରୀଙ୍କ ଘରେ ପହଞ୍ଚିବ ପିଡ଼ିଏସ୍ ବୋଲି ସୂଚନା ମିଳିଛି ।
ମାସେ ଯାଏଁ ଆମ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ଅଛି । କଳାବଜାରୀ ଉପରେ ବିଭାଗ ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ସମବାୟ ବିଭାଗର କୋ-ଅପରେଟିଭ୍ ସଂସ୍ଥା ସହାୟତା ଦେଇଛନ୍ତି ।ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

Get real time updates directly on you device, subscribe now.