fbpx

୮ କୋଟି ଗ୍ରାହକଙ୍କ ପାଇଁ ଏୟାରଟେଲର ବଡ ଉପହାର: ମାଗଣା ମିଳିବ ଟକ୍ ଟାଇମ୍ ଓ ବୈଧତା

କରୋନା ପାଇଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଏହି ସମୟରେ ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ସାହାର୍ଯ୍ୟ କରିବାକୁ ଦୁଇଟି ନୂଆ ପ୍ଳାନ ଆଣିଛି  ଏୟାରଟେଲ । ପ୍ରଥମରେ କମ୍ପାନୀ ଏହାର ୮ କୋଟି ସ୍ୱଳ୍ପ ଆୟକାରୀ ଗ୍ରାହକଙ୍କୁ ୧୦ ଟଙ୍କାର ଟକ୍ ଟାଇମ୍ ଦେବ । କଲ୍ ବି ମେସେଜ ପଠାଇବା ପାଇଁ ଆପଣ ଏହି ଟକ୍ ଟାଇମ୍ ବ୍ୟବହାର କରିପାରିବେ ।

ଦ୍ୱିତୀୟରେ କମ୍ପାନୀ ୧୭ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ପ୍ରିପେଡ ରିଚାର୍ଜର ବୈଧତା ବଢାଇ ଦେଇଛି । ଅର୍ଥାତ୍ ଯେଉଁ ଗ୍ରାହକମାନେ ଏପ୍ରିଲ ୧୪ରେ ଲକ୍ ଡାଉନ୍ ଶେଷ ନହେବା ପର୍ଯ୍ୟନ୍ତ ନୂଆ ରିଚାର୍ଜ ପ୍ୟାକ୍ କିଣିବାକୁ ଅସମର୍ଥ, ସେମାନେ ପୂର୍ବପରି ନିଜ ସେବାର ଲାଭ ଉଠାଇପାରିବେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୮ କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ଏହି ସୁବିଦା ଯୋଗାଇ ଦିଆଯିବ ବୋଲି ଏୟାରଟେଲ ସୂଚନା ଦେଇଛି ।

Get real time updates directly on you device, subscribe now.