fbpx
BJD
BJD SKY
BJD SKY

ଏକ କୋଟିରୁ ଅଧିକ କିଶୋର ନେଲେଣି ଉଭୟ ଡୋଜ୍: କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭେୟ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଦେଶରେ ମାଣ୍ଡଭେୟ ସୂଚନା ୧ କୋଟି ରୁ ଅଧିକ ୧୫ ରୁ ୧୮ ବର୍ଷର ଆୟୁବର୍ଗଙ୍କୁ କରୋନା ଭାକ୍ସିନର ଉଭୟ ଡୋଜ୍ ଦିଆସରିଛି, ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭେୟ ।

ବୁଧବାର କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭେୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କହିଛନ୍ତି ଯେ ୧୫-୧୮ ବର୍ଷର ୧ କୋଟିରୁ ଅଧିକ କିଶୋରଙ୍କୁ ଏପର୍ଯ୍ୟନ୍ତ କରୋନା ଟିକା ଦିଆସରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ଦେଶ ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୩ ୨୦୨୨ରୁ ଦେଶରେ ୧୫ରୁ ୧୮ ବର୍ଷର ଆୟୁବର୍ଗଙ୍କୁ ଭାକ୍ସିନ ଦେବା ଆରମ୍ଭ ହୋଇଥିଲା । ମାତ୍ର ୩୬ ଦିନରେ ଏହି ଆୟୁବର୍ଗର ୧ କୋଟିରୁ ଅଧିକ କିଶୋର କରୋନାର ଉଭୟ ଟିକା ନେଇସାରିଛନ୍ତି । ମାଣ୍ଡଭେୟ ସୂଚନା ଦେଇଛନ୍ତି ଯେ ରାଷ୍ଟ୍ରବ୍ୟାପୀ ଟିକାକରଣ ଅଭିଯାନ ଜାରି ରହିଛି ଏବଂ ଏଭଳି ଭାବରେ ଜାରି ରହିବ ।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟାରେ ଦେଶରେ କରୋନା ୭୧, ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪,୧୦,୯୭୬ ରେ ପହଞ୍ଚିଛି ।

Get real time updates directly on you device, subscribe now.