fbpx

ନିର୍ବାଚନ ଜିତିଲେ ଟ୍ରିପଲ ରାଇଡିଂକୁ ଅନୁମତି ଦେବୁ : ସମାଜବାଦୀ ପାର୍ଟି ସହଯୋଗୀ ଦଳ ଦେଲା ଅଜବ ନିର୍ବାଚନ ପ୍ରତିଶ୍ରୁତି

AAKASH

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ମାଗଣା ରାସନ, ଲୋନ୍ ଛାଡ ଏବଂ ମାଗଣା ବିଦ୍ୟୁତ ଭଳି ପ୍ରତିଶ୍ରୁତି ମିଳିଥାଏ । ମାତ୍ର ସମାଜବାଦୀ ପାର୍ଟିର ସହଯୋଗୀ ଦଳ ଏକ ଅଜବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛି । ଦଳ କ୍ଷମତାକୁ ଆସିଲେ ଟ୍ରିପଲ ରାଇଡିଂ ବା ଟ୍ରିପଲିଂକୁ ବୈଧ କରାଯିବ । ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ବା ସୁହେଲ ଦେବ ଭାରତୀୟ ସମାଜ ପାର୍ଟିର ମୁଖ୍ୟ ଓମ ପ୍ରକାଶ ରାଜଭର ଏଭଳି ଘୋଷଣା କରିଛନ୍ତି । ଟ୍ରିପଲିଂକୁ ଅନୁମତି ଦିଆଯିବା ସହିତ କୌଣସି ଫାଇନ କଟାଯିବ ନାହିଁ ବୋଲି ରାଜଭର ଘୋଷଣା କରିଛନ୍ତି ।

ରେଳରେ ଯାତ୍ରା କରୁଥିବା ଶତାଧିକ ଲୋକ ଭୁଲ ତରିକାରେ ଯାତାୟତ କରିଥାନ୍ତି । ତେବେ କେବଳ ବାଇକ ଯାତ୍ରୀଙ୍କ ଠାରୁ ଫାଇନ୍ କାହିଁକି ଆଦାୟ କରାଯିବ । ୭୦ ସିଟ୍ ବିଶିଷ୍ଟ ବର୍ଥରେ ଯଦି ୩୦୦ ଲୋକ ଯାଉଛନ୍ତି ତାହେଲେ ବାଇକରେ ୩ ଜଣ ନିଶ୍ଚୟ ଯାଇପାରିବେ । ଏହା ସହିତ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ରାଜଭର । ଆସନ୍ତା ୧୦ ତାରିଖରୁ ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ ।

Get real time updates directly on you device, subscribe now.