fbpx

ଯୁବକଙ୍କଠାରୁ ଝାମ୍ପି ନେଲେ ୧ ଲକ୍ଷ ୯୯ ହଜାର, ମୁଖା ପିନ୍ଧି କଲେ ଲୁଟ

କଣ୍ଟାବାଞ୍ଜି: ଯୁବକଙ୍କ ଠାରୁ ଟଙ୍କା ଲୁଟିନେବା ଖବର ସାମ୍ନାକୁ ଆସିଛି । ଏପରି ଏକ ଘଟଣା କଣ୍ଟାବାଞ୍ଜି ଠାରେ ଘଟିଛି । ଯୁବକଙ୍କୁ ଅଟକାଇ ୧ ଲକ୍ଷ ୯୯ ହଜାର ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଏସବିଆଇରୁ ଟଙ୍କା ଉଠାଇ ବାହାରିବା ବେଳେ ଏପରି ଘଟିଛି ।

ସୂଚନା ଅନୁଯାୟୀ, କଣ୍ଟାବାଞ୍ଜିରେ ଥିବା ଏସବିଆଇ ବ୍ୟାଙ୍କକୁ ଦୁଇ ଯୁବକ ଟଙ୍କା ଉଠାଇବାକୁ ଯାଇଥିଲେ । ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ତାଙ୍କୁ ବ୍ୟାଙ୍କ ଗଲା ବେଳେ ପିଛା କରିଥିଲେ । ଏହାପରେ ସେମାନେ ଟଙ୍କା ଉଠାଇ ଯେତେବେଳେ ବାହାରକୁ ଆସିଥିଲେ, ସେହି ସମୟରେ ତାଙ୍କୁ ପିଛା କରୁଥିବା ଦୁଇ ଦୁବୃର୍ତ୍ତ ବ୍ୟାଙ୍କ ବାହାରେ ସେମାନଙ୍କୁ ଅଟକାଇ ଥିଲେ । ଧମକ ଦେଇ ସେମାନଙ୍କ ଠାରୁ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏହିସବୁ ଘଟଣା ବ୍ୟାଙ୍କ ସମ୍ମୁଖରୁ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.