fbpx

Cognizant ଦେବ ୧ ଲକ୍ଷ ନିଯୁକ୍ତି, ୪୫ ହଜାର ଫ୍ରେସରଙ୍କୁ ମିଳିବ ଚାକିରି

ଓଡ଼ିଶା ଭାସ୍କର ବ୍ୟୁରୋ: ନୂଆ ଚାକିରି ସୁଯୋଗ । ଜଣେ ଦି ଜଣ ନୁହେଁ, ଆମେରିକୀୟ ଏକ କମ୍ପାନି ଦେବ ୧ ଲକ୍ଷ ନୂଆ ନିଯୁକ୍ତି । ଏଭଳି ସୁଯୋଗ ଦେଇଥିବା କମ୍ପାନି ହେଉଛି କଗଜିନାଣ୍ଟ । ଆଉ ଏଥିରେ ୪୫ ହଜାର ଭାରତୀୟ ଯୁବପିଢ଼ି ବା ଫ୍ରେସରଙ୍କୁ ରହିଛି ନିଯୁକ୍ତି ସୁଯୋଗ ।

ଆମେରିକୀୟ ଆଇଟି କମ୍ପାନି ୨୦୨୨ରେ ୧ ଲକ୍ଷ ନୂଆ ନିଯୁକ୍ତି ଦେବାକୁ ଲକ୍ଷ ରଖିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ୩୦ ହଜାର ନୂଆ ଗ୍ରାଜୁଏଟ୍ ପ୍ରାର୍ଥୀଙ୍କୁ ଚାକିରି ଦିଆଯିବ । ସେହିପରି ଆଉ ୪୫ ହଜାର ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯିବ । ୨୦୨୨ ସୁଦ୍ଧା ଏଭଳି କର୍ମ ନିଯୁକ୍ତି ଦେବାକୁ ଲକ୍ଷ ରଖିଛି ଉକ୍ତ କମ୍ପାନି । ସଂସ୍ଥାର ଲକ୍ଷ୍ୟ ଧାର୍ଯ୍ୟ ଅନୁସାରେ ଆଇଟି ଓ ବିପିଓ କ୍ଷେତ୍ରରେ ଅଭିଜ୍ଞ ଥିବା ବ୍ୟକ୍ତିବିଶେଷଙ୍କ ସମେତ ଟ୍ରେନି ରହିଥିବା ପ୍ରାର୍ଥୀଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କଗଜିନାଣ୍ଟରେ ଜୁନ୍ ଶେଷ ସୁଦ୍ଧା ୩ ଲକ୍ଷ କର୍ମଚାରୀ ରହିଥିବା ଜଣାପଡ଼ିଛି । ସଂସ୍ଥାର ସିଇଓ ବ୍ରିଆନ୍ ହମ୍ଫ୍ରି କହିଛନ୍ତି ଯେ କର୍ମ ନିଯୁକ୍ତି ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି କ୍ଷତିପୂରଣ, ଦକ୍ଷତା ନିର୍ଦ୍ଧାରଣ ଆଦିକୁ ବିଚାର ପୂର୍ବକ ୨୦୨୧ ସୁଦ୍ଧା ପ୍ରାୟ ୧ ଲକ୍ଷ ନୂଆ ନିଯୁକ୍ତି ଦେବୁ ଏବଂ ଅନ୍ୟ ୧ ଲକ୍ଷଙ୍କୁ ତାଲିମ ପ୍ରଦାନ କରିବାକୁ ସଂସ୍ଥା ନିଷ୍ପତ୍ତି ନେଇଥିବା ସିଇଓ ହମ୍ଫ୍ରି କହିଛନ୍ତି ।

କଗନିଜାଣ୍ଟର ଶୀର୍ଷ ପଦାଧିକାରୀ ଶ୍ରୀ ହମ୍ଫ୍ରି ଆହୁରି ସୂଚନା ଦେଇଛନ୍ତି ଯେ ଭାରତର ମଧ୍ୟବିତ୍ତ ପରିବାରର ଯୁବବର୍ଗ ଚାକିରି ପାଇଁ ଖୁବ୍ ସଂଘର୍ଷ କରୁଛନ୍ତି । ତେବେ ନିଯୁକ୍ତି ସମସ୍ୟା ଓ ଚାକିରି ପାଇଁ ସଂଘର୍ଷ ଘଟଣା ଏକ ବିଶ୍ୱସ୍ତରୀୟ ଏକ ଗମ୍ଭୀର ସମସ୍ୟା । ତେବେ ଆମେ ଏଭଳି ଏକ ସୁନ୍ଦର ବଜାର ଦେଖିଆସୁଛୁ ଏବଂ ଆମ ଟିମ୍ ୧୦ ବର୍ଷ ଧରି ଏଭଳି ବଜାରକୁ ଅନୁଧ୍ୟାନ କରିଆସୁଛି । ତେଣୁ ଆମେ ଏହାକୁ ସାମ୍ନା କରିବା ସହ କିଭଳି ମୁକାବିଲା କରିହେବ ବିଚାର କରୁଛୁ । ସେହିପରି ଦକ୍ଷତା ଭିତ୍ତିରେ ବାର୍ଷିକ ଦରମା ଅଭିବୃଦ୍ଧି ନିକଟରେ ଘୋଷଣା କରିଛୁ ଯାହା କି ଆସନ୍ତା ଅକ୍ଟୋବର ପହିଲାରୁ ଲାଗୁ ହେବ ବୋଲି ସଂସ୍ଥା ମୁଖ୍ୟ ପ୍ରକାଶ କରିଛନ୍ତି । । ଅଭିବୃଦ୍ଧି, ପଦୋନ୍ନତି ଆଦି ସମସ୍ତ ଦୃଷ୍ଟିରୁ ସଂସ୍ଥାକୁ ଚଳିତ ବର୍ଷ ଖୁବ୍ ସଂଘର୍ଷ କରିବାକୁ ପଡ଼ିଛି ବୋଲି ମଧ୍ୟ ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କଗନିଜାଣ୍ଟ ଏହାର ବାର୍ଷିକ ଅଭିବୃଦ୍ଧି ୧୪.୬ ପ୍ରତିଶତ ହାରରେ ଅଗ୍ରଗତି କରିଛି । ଗତବର୍ଷ ୪ ବିଲିଅନ୍ ଡଲାର ରହିଥିବାବେଳେ ଚଳିତ ବର୍ଷ ସେହି ସମୟରେ ୪.୬ ବିଲିଅନ୍ ଡଲାର ବୃଦ୍ଧି ଘଟିଛି । ୨୦୨୧ ଜୁନ୍ ତ୍ରୟମାସିକ ସୁଦ୍ଧା କମ୍ପାନିର ଆୟବୃଦ୍ଧି ୧୦.୫ ପ୍ରତିଶତରୁ ୧୧.୫ ପ୍ରତିଶତରେ ପହଞ୍ଚିଥିବା ମଧ୍ୟ ଜଣାପଡ଼ିଛି । ସେହିପରି ବିଶ୍ୱର ଅନ୍ୟତମ ଚର୍ଚ୍ଚିିତ ଏହି ଆଇଟି କମ୍ପାନି ଜୁନ୍ ସୁଦ୍ଧା ନେଟ୍ ଇନକମ୍ ୪୧.୮ ପ୍ରତିଶତ ବୃଦ୍ଧି ହାରରେ ୫୧୨ ମିଲିଅନ୍ ଡଲାରରେ ଆୟ କରିଥିବା ଜଣାପଡ଼ିଛି । ତେବେ ବର୍ଷର ଦ୍ୱିତୀୟ ତ୍ରୟମାସିକରେ ସଂସ୍ଥା ବିଶେଷ ଭଲ ସ୍ଥିତିରେ ରହିଥିବା ସିଇଓ ସୂଚନା ଦେଇଥିବାବେଳେ ଆଗକୁ ଆହୁରି ଉନ୍ନତି କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ, ନିଯୁକ୍ତିକୁ ପ୍ରାଧ୍ୟାନ ଦେବା ସହ ହମ୍ଫ୍ରି କହିଛନ୍ତି ଯେ କମ୍ପାନି ଅର୍ଥପୂର୍ଣ୍ଣ ନିର୍ଦ୍ଧାରଣ ପୂର୍ବକ ଉତ୍ତରଦାୟିତ୍ୱବୋଧ ଓ ପ୍ରତିଶ୍ରୁତିବଦ୍ଧ ହେବାକୁ ପଡ଼ିବ । ଆବଶ୍ୟକ ଓ ବଜାର ଚାହିଦା ଅନୁସାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କମ୍ପାନିର ଲକ୍ଷ୍ୟ । ଏସବୁକୁ ଗଭୀର ଧ୍ୟାନ ଦେଇ ସଂସ୍ଥା ଏହାର ପ୍ରତିଟି ଦିଗକୁ ତ୍ୱରାନ୍ୱିତ କରୁଛି ବୋଲି କଗନିଜାଣ୍ଟ ସିଇଓ ହମ୍ଫ୍ରି ମତବ୍ୟକ୍ତ କରିଛନ୍ତି ।

 

 

Get real time updates directly on you device, subscribe now.