fbpx

ଭୁବନେଶ୍ୱରକୁ ମିଳିଲା ଜାତୀୟସ୍ତରୀୟ ଆୱାର୍ଡ, କାରଣ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ମାର୍ଟସିଟି ଭୁବନେଶ୍ୱର ପୁଣି ହାତେଇଲା ଜାତୀୟସ୍ତରୀୟ ଆୱାର୍ଡ । କେନ୍ଦ୍ର ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସାଇକେଲ ଫର୍ ଚେଞ୍ଜ ପ୍ରତିଯୋଗିତାରେ ଦେଶର ପ୍ରମୁଖ ୧୧ଟି ସହର ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ରାଜଧାନୀ ଭୁବନେଶ୍ୱର । ସାଇକେଲ ଚଳାଇବାକୁ ପ୍ରୋତ୍ସାହିତ କରିବା ଓ ଏଥିପାଇଁ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ହୋଇଥିବା ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ୧୦୦ଟି ସ୍ମାର୍ଟସିଟି ସହିତ ସବୁ ରାଜ୍ୟର ରାଜଧାନୀ ଅଂଶଗ୍ରହଣ କରିଥିଲେ ।

ସୂଚନା ଅନୁସାରେ ଏହି ପ୍ରତିଯୋଗିତାରେ ବେଙ୍ଗାଲୁରୁ ପ୍ରଥମ ସ୍ଥାନ ଅଧିକାର କରିଛି । ସାଇକ୍ଲୋଥନ ୯ ଅକ୍ଟୋବର ୨୦୨୦ରେ ହୋଇଥିଲା । ଭୁବନେଶ୍ୱର ସ୍ମାର୍ଟସିଟିର ସାଧାରଣ ପରିଚାଳକ କମଲଜିତ ଦାସ ଏ ସମ୍ପର୍କରେ କହିଛନ୍ତି ଯେ ଛୋଟ ପିଲାଙ୍କୁ ସାଇକେଲ ଶିଖାଇଥିଲୁ । ସାଇକେଲ ଚାଳକଙ୍କୁ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗିଫ୍ଟ ଏ ସାଇକେଲ- ଭଳି ସାଇକେଲ ଉପହାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ୧୨୦ ଜଣ ସ୍ୱେଚ୍ଛାସେବୀଙ୍କୁ ସାଇକେଲ ଉପହାର ଦେଇଥିଲୁ । ଗତ ଜୁନରେ କେନ୍ଦ୍ରକୁ ଏହି ରିପୋର୍ଟ ପ୍ରଦାନ କରିଥିଲୁ । ପୁରସ୍କାର ବାବଦରେ ସ୍ମାର୍ଟସିଟି ଭୁବନେଶ୍ୱରକୁ ୧କୋଟି ଟଙ୍କା ପୁରସ୍କାର ମିଳିଛି । ଖୁବଶୀଘ୍ର ଚୟନ ହୋଇଥିବା ୧୧ଟି ପ୍ରମୁଖ ସହର ମଧ୍ୟରେ ପୁଣି ଦ୍ୱିତୀୟ ରାଉଣ୍ଡ ପ୍ରତିଯୋଗିତା ହେବ । ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି ଶ୍ରୀ ଦାସ ।

Bhubaneswar get national award

Get real time updates directly on you device, subscribe now.