fbpx

ଏଗଜିଟ-ପୋଲ ଦେଉଛି ୧୦ଟି ବଡ଼ ସଙ୍କେତ: ୫ଟି ରାଜ୍ୟର ଜନାଦେଶ ବଦଳାଇବ ଦେଶର ରାଜନୈତିକ ଦୃଶ୍ୟପଟ୍ଟ

ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ ପୋଲ ତଥ୍ୟ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାସୀନ ସରକାର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବେ । ସେହିପରି ତେଲେଙ୍ଗାନା ଓ ମିଜୋରାମରେ ଜନାଦେଶ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ତେବେ ଏଗଜିଟ ପୋଲ ୧୦ଟି ବଡ଼ ସଙ୍କେତ ଦେଉଛି ।

୧- ମଧ୍ୟପ୍ରଦେଶରେ ବିଜେପିକୁ ୧୪୦-୧୬୨ଟି ଆସନ ଓ କଂଗ୍ରେସକୁ ୬୮-୯୦ଟି ଆସନ ମିଳିପାରେ । ପୁଣି ଥରେ ଶିବରାଜ ସିଂହ ଚୌହାନ ସରକାର ଉପରେ ଜନତା ଭରସା କରିଛନ୍ତି ।

୨- ଅନ୍ୟ କିଛି ଏଗଜିଟ ପୋଲରେ ଦୁଇ ପାର୍ଟି ମଧ୍ୟରେ କଡ଼ା ଟଙ୍କାର ମିଳିବ ବୋଲି କୁହାଯାଇଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ମଧ୍ୟପ୍ରଦେଶରେ ଏହି ଦୁଇ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିପାରେ ।

୩- ରାଜସ୍ଥାନରେ କଂଗ୍ରେସକୁ ୮୬-୧୦୬, ବିଜେପିକୁ ୮୦-୧୦ଟି ଆସନ ମିଳିପାରେ । ଏହାର ଅର୍ଥ ରାଜ୍ୟରେ ଦୁଇ ଦଳ ସରକାର ଗଠନ ପାଇଁ କଡ଼ା ପ୍ରତିଯୋଗିତା କରିବେ ।

୪- ରାଜସ୍ଥାନରେ ବିଜେପିକୁ ୧୦୦-୨୨୨ଟି ଆସନ ମିଳିବ ଓ ସେ ସରକାର ଗଠନ କରିବ ବୋଲି ଅନ୍ୟ କିଛି ସର୍ଭେରେ କୁହାଯାଇଛି ।

୫- ଛତିଶଗଡ଼ରେ କଂଗ୍ରେସକୁ ୪୦-୫୦ ଓ ବିଜେପିକୁ ୩୬-୪୬ଟି ଆସନ ମିଳିବ । ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ ବୋଲି କିଛି ସର୍ଭେରେ କୁହାଯାଇଛି ।

୬- ସେହିପରି ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବ ବୋଲି ଅଧିକାଂଶ ସର୍ଭେରୁ ଜଣାପଡ଼ିଥିବା ବେଳେ ବିଜେପି ମଧ୍ୟ ଅଧିକ ପଛରେ ରହିନାହିଁ ।

୭- ତେବେ ତେଲେଙ୍ଗାନା ଏଥର ରାଜ୍ୟରେ ହ୍ୟାଟ୍ରିକ କରିପାରିବ ନାହିଁ ବୋଲି କୁହାଯାଇଛି । ରାଜ୍ୟରେ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

୮- ପୂର୍ବ ନିର୍ବାଚନ ତୁଳନାରେ ବିଜେପି ଏଥର ତେଲେଙ୍ଗାନାରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିବ । ୨୦୧୮ରେ ଦଳ ୧୧୮ଟି ଆସନରେ ଲଢ଼ି ମାତ୍ର ୧ଟି ଆସନ ପାଇଥିଲା । ମାତ୍ର ଏଥର ତାହା ୫-୧୫କୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

୯- ମିଜୋରାମରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେପିଏମ) ଏଥର ସରକାର ଗଠନ କରିପାରେ । ଦଳ ୪୦ଟି ଆସନରୁ ୨୮-୩୫ଟି ଆସନ ପାଇପାରେ ।

୧୦- ସେହିପରି ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ଓ ଜେପିଏମ ମଧ୍ୟରେ ରାଜ୍ୟରେ କଡ଼ା ଟକ୍କର ହେବା ନେଇ ମଧ୍ୟର କିଛି ସର୍ଭେରେ କୁହାଯାଇଛି ।

Get real time updates directly on you device, subscribe now.